ଖରସ୍ରୋତା ପୁସ୍ତକ ମେଳା ପକ୍ଷ୍ୟରୁ ମେଧା ଓ ଛାତ୍ର ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ
ବିଂଝାରପୁର, ୧୦/୦୬ (ପ୍ରଦୀପ କୁମାର ମଲ୍ଲିକ) : ପୁସ୍ତକ ମେଳା କମିଟି ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତିବିଶେଷ ମାନେ ଧୈର୍ଯ୍ୟର ସହ ଲୋକଙ୍କ କଥାକୁ ଶୁଣିବା ସହ ସମସ୍ୟାର ଆଶୁ ସମାଧାନ ଲାଗି ଚାପଗ୍ରସ୍ତ ନହୋଇ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ | ପ୍ରାକ୍ତନ ଏଡିଏମ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜର ଉତ୍ତମ ଭବିଷ୍ୟତ ନିର୍ମାଣ ଲାଗି କଠିନ ଅଧ୍ୟବସାୟ ଓ ନିୟମିତ ଅଧ୍ୟୟନ ପ୍ରତି ନିରନ୍ତର ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ | ପ୍ରାକ୍ତନ କୁଳପତି ଶ୍ରୀଯୁକ୍ତ କୁମରବର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଚେତନାର ଜାଗ୍ରତ ହୋଇ କାର୍ଯ୍ୟ ଜାରି ରଖିଲେ ମାନବ ଜୀବନର ଲକ୍ଷ୍ୟ ଚରିତାର୍ଥ ହୋଇଥାଏ ବୋଲି କହିଥିଲେ | ଉତ୍ତମ ଚରିତ୍ର ଗଠନ ସହ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ କୁ ବୁଝିପାରିଲି ଜୀବନ ସାର୍ଥକ ହୋଇଥାଏ ବୋଲି ସଭାପତି ଶ୍ରୀଯୁକ୍ତ ଗୁରୁ ନିଜ ଅଭିଭାଷଣରେ କହିଥିଲେ | ବିଞ୍ଝାରପୁର ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ କୁମାର ମଲ୍ଲିକ ବରେଣ୍ୟ ଅତିଥି ରୂପେ ଯୋଗଦେଇ ପୁସ୍ତକ କିପରି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପରିବର୍ତ୍ତନ କରିପାରେ, ତାହା ବର୍ଣନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ପୁସ୍ତକ ମେଳା କମିଟି ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ନନ୍ଦ, ମୁଖ୍ୟ ଉପଦେଷ୍ଟା ସୁଶାନ୍ତ କୁମାର ନାୟକ, ପ୍ରାଧ୍ୟାପକ ଅଜୟ କୁମାର ଓଝା, ଅଧ୍ୟକ୍ଷ, ଅଭ୍ୟର୍ଥନା କମିଟି , ଉପଦେଷ୍ଟା ଶ୍ରୀଯୁକ୍ତ ରବି ନାରାୟଣ ସାମଲ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏପରି ପରିକଳ୍ପନା କୁ ବାସ୍ତବତାରେ ରୂପାନ୍ତର କରିବା ଯଦିଓ କଷ୍ଟଦାୟକ ମାତ୍ର ଏହା ସମ୍ଭବ ବୋଲି କହିଥିଲେ | ମେଳା କମିଟି ପକ୍ଷରୁ ଖରସ୍ରୋତା ଅବବାହିକାର ଓ ଏ ଏସ୍ ଉତ୍ତୀର୍ଣ୍ଣ ତିନି ଜଣ ଙ୍କୁ ସର୍ବଶ୍ରୀ ସ୍ଵାଗତିକା ଧଳ, ଅନ୍ବେସା ରାଉତ୍, ଓ ବିଶ୍ୱଜିତ୍ ପଣ୍ଡା ଙ୍କୁ ପ୍ରଶସ୍ତି ପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦ୍ଵାରା ସମ୍ମାନନୀୟ ଅତିଥି ଗଣ " ଖରସ୍ରୋତା ମେଧା ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ | ଖରସ୍ରୋତା ଅବବାହିକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଚିଶ ଜଣ ଯୁକ୍ତ ଦୁଇ କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ପ୍ରମାଣପତ୍ର, ପୁସ୍ତକ ଦ୍ଵାରା ଓଏଏସ୍ ଧାରୀ ସୁଶ୍ରୀ ଧଳ, ସୁଶ୍ରୀ ରାଉତ୍ ଓ ଶ୍ରୀମାନ ପଣ୍ଡା " ଖରସ୍ରୋତା ଛାତ୍ର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମ କୁ ମେଳା କମିଟିର ଉପଦେଷ୍ଟା ଅମ୍ବିକା ପ୍ରସାଦ ସାମଲ, ଭାରତ ଭୂଷଣ ମଲ୍ଲିକ, ସରୋଜ କୁମାର ନାୟକ, ତାରାକାଂତ ମଲ୍ଲିକ, କୃଷ୍ନ ଚନ୍ଦ୍ର ଥାଟୋଇ , ନିରଞ୍ଜନ ଦାସ, ସରୋଜ କୁମାର ମଲ୍ଲିକ, ରତିକାନ୍ତ ସାମଲ, ଶିଶିର କୁମାର ଦାସ, ମନୋଜ ସାହୁ, ବିପିନୀ କୁମାର ବଳ, ରବିନ୍ଦ୍ର କୁମାର ପରିଡା, ରଞ୍ଜନ କୁମାର ଧଳ, ଚନ୍ଦ୍ରମଣି ନାୟକ, ପ୍ରମୋଦ ସାମଲ, ପୂର୍ଣ୍ଣ ଚନ୍ଦ୍ର ଦାଶ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ , ଉପଦେଷ୍ଟା ସନ୍ତୋଷ କୁମାର ବେଉରିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନ ସମ୍ପାଦକ ନାରାୟଣ୍ ଚନ୍ଦ୍ର ଦାସ ମନ୍ତ୍ର ପାଠ କରିଥିଲେ | ଶେଷରେ କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ |