ପାଠ୍ୟପୁସ୍ତକ ତ୍ରୁଟି ପଛରେ ବଡ଼ ଖେଳ'— ମୁଖ୍ୟମନ୍ତ୍ରୀଙ୍କ ବିସ୍ଫୋରକ ବୟାନ
କଟକ, ୨୬/୦୬ ( କାହୁଁ ଚରଣ ବାରିକ ) : ଓଡ଼ିଆ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବ୍ୟାପକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଏହି ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ ପ୍ରକାଶ କରି ସେ କହିଛନ୍ତି, ସରକାର ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ସରକାରକୁ ବଦନାମ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ହୋଇଥିବା ଲାଗୁଥିବା ବେଳେ ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ୭ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବ ଏବଂ ରିପୋର୍ଟରେ ଷଡ଼ଯନ୍ତ୍ରର ପ୍ରମାଣ ମିଳିଲେ ସଂପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।