Hot Posts

6/recent/ticker-posts

ଯାଜପୁରର ୧୨ ବିଦ୍ୟାଳୟକୁ ମିଳିଲା ନୂଆ ପରିଚୟ!

ବିଞ୍ଝାରପୁର ,୦୭/୦୬ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଆଜି ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୧୨ଟି ବିଦ୍ୟାଳୟକୁ ସାମିଲ କରାଯାଇଥିବାବେଳେ ଜିଲ୍ଲାରେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯାଜପୁର ସାଂସଦଙ୍କ ପ୍ରତିନିଧି ମାନସ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ।ଏହି ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୧୨ଟି ବିଦ୍ୟାଳୟ ଯୋଜନାରେ ସାମିଲ ହୋଇଛି। ସେଗୁଡ଼ିକ ହେଲା— ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତିଆ, ବଡ଼ଚଣା ବିଶେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଚାନ୍ଦିତଳ, ବଡ଼ଚଣା କୋଳସାହି ୟୁଜିୟୁପି ସ୍କୁଲ, ଦର୍ପଣ, ବଡ଼ଚଣା ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟ, ଚିତ୍ରି, ଦାନଗଦୀ ଯଖପୁରା ସରକାରୀ ଉଚ୍ଚ ବିଦ୍ୟାଳୟ, ଯଖପୁରା, ଦାନଗଦୀ ଦେଓଗାଁ ପିୟୁପିଏସ, ଚିଙ୍ଗୁଡ଼ିପାଳ, ସୁକିନ୍ଦା ବୋତଳଣ୍ଡା ୟୁଜିଏମଇ ସ୍କୁଲ, ମଙ୍ଗଳପୁର, ସୁକିନ୍ଦା ସାରୁଅବିଲ ପିୟୁପିଏସ, କଂସା, ସୁକିନ୍ଦା ଆମ୍ବାସର ୟୁଜିଏମଇ ସ୍କୁଲ, ଖରଡ଼ି, ସୁକିନ୍ଦା ଭାସ୍କର ଏନୟୁପିଏସ, କୁହିକା, ସୁକିନ୍ଦା ପିମ୍ପୁଡ଼ିଆ ଏନୟୁପିଏସ, ପିମ୍ପୁଡ଼ିଆ, ସୁକିନ୍ଦା କଳାରଙ୍ଗିଆଟ୍ଟା ୟୁଜିଏମଇ ସ୍କୁଲ, ରଂସୋଲ, ସୁକିନ୍ଦା ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଭିତ୍ତିଭୂମି, ଉନ୍ନତ ଶ୍ରେଣୀଗୃହ, ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା, ଖେଳ ଓ ସ୍ୱଚ୍ଛତା ସୁବିଧା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍କୃଷ୍ଟ ଶିକ୍ଷା ପରିବେଶ ସୃଷ୍ଟି ହେବ ବୋଲି କୁହାଯାଇଛି।ଏହି ଅବସରରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଆଲୋକ କୁମାର ବନ୍ଧ, ଦାନଗଦୀ ବ୍ଲକ ଶିକ୍ଷାଧିକାରୀ ଶୁଭ୍ରାଂଶୁ ପୁହାଣ ଓ ଅନ୍ୟାନ୍ୟ ଶିକ୍ଷାବିତ୍‌, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂଜନପ୍ରତିନିଧିମାନେଯୋଗଦେଇଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ଆଭାସୀ ମାଧ୍ୟମରେ ସଂଯୁକ୍ତ ଏହି ଉତ୍ସବରେ ଶିକ୍ଷାର ରୂପାନ୍ତର ଓ ଗୁଣାତ୍ମକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ନିଜ ଅଭିଭାଷଣରେ ମାନସ ରଞ୍ଜନ ତ୍ରିପାଠୀ କହିଥିଲେ,ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଆଜି ଯେଉଁ ୧୨ଟି ବିଦ୍ୟାଳୟ ଏହି ଯୋଜନାରେ ସାମିଲ ହୋଇଛି, ସେଗୁଡ଼ିକ ଆଗାମୀ ଦିନରେ ଗ୍ରାମାଞ୍ଚଳର ଶିଶୁମାନଙ୍କ ସ୍ୱପ୍ନ ପୂରଣର କେନ୍ଦ୍ରବିନ୍ଦୁ ପାଲଟିବ।କାର୍ଯ୍ୟକ୍ରମ ଶେଷରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଏହି ଶିକ୍ଷାମୁଖୀ ପଦକ୍ଷେପକୁ ସ୍ୱାଗତ କରିଥିଲେ। ଯଖପୁରାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ଶିକ୍ଷା ଇତିହାସରେ ଏକ ସ୍ମରଣୀୟ ଦିନ ଭାବେ ପରିଗଣିତ ହେଉଛି।