Hot Posts

6/recent/ticker-posts

ଯୁଡିଏ 'ତରଫରୁ ରଜ ଉତ୍ସବ ପାଳନ : ୫୦ଟି ଗୀତରେ ଝୁମିଲେ ଦର୍ଶକ

ଭଞ୍ଜନଗର, ୧୭/୦୬ ( ଜେ.କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ସ୍ଥାନୀୟ ଭେଜିପୁଟ ଗୁପ୍ତେଶ୍ୱର ମନ୍ଦିର ପଡ଼ିଆରେ ରଜ ଉତ୍ସବ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବରିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଡାକ୍ତର ତିରୁପତି ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ଦୁର୍ଗା ଚରଣ ସ୍ୱାଇଁ, ନିଖିଳ ଓଡିଶା ବରିଷ୍ଠ କଳାକାର ସଂଘ ମହାସଚିବ ସୁବାଷ ଚନ୍ଦ୍ର ସାହୁ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ସଙ୍ଗୀତକାର ରମେଶ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ଗୌରୀ ଶଙ୍କର ପାତ୍ର ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରେ ନୂତନ ପ୍ରତିଭା ମାନଙ୍କୁ ରାଜ୍ୟ ସ୍ତରରେ ସୁଯୋଗ ଦେଇ ଗୌରବ ଅର୍ଜନ କରୁଥିବାରୁ ପ୍ରଶଂସା କରିବା ସହ ପ୍ରତିବର୍ଷ ଏଭଳି ନିଆରା କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ୟୁନିକ ଡ୍ୟାନ୍ସ ଏକାଡେମୀର ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ, ଜେ କେ ଏବଂ ମାଷ୍ଟର ପିଣ୍ଟୁ, ପ୍ରମୋଦ, ଦିଲୀପ ଓ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏଥିରେ ସହଯୋଗ କରିଥିଲେ। ଯୁଡ଼ିଏ' ର ଛାତ୍ରଛାତ୍ରୀ ମାନେ ଓଡ଼ିଆ, ହିନ୍ଦୀ ସମ୍ବଲପୁରୀ ଓ ତେଲୁଗୁ ଗୀତରେ ପ୍ରାୟ 50ଗୋଟି ନୃତ୍ୟ ପରିବେଷଣ କରିଥିଲେ।ସେହିପରି ନିଜର କମେଡି ମାଧ୍ୟମରେ ଗଞ୍ଜାମ ବୁଢ଼ୀ ଭାବେ ପରିଭିତ ଟୁନା ନାହକ ଓ ଦୀପକ ଉପସ୍ଥିତ ସମସ୍ତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁସଂଖ୍ୟକ ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ।