ଓଏମପି ଡାକବଙ୍ଗଳାରେ କଟକ ଯୁବ କଂଗ୍ରେସର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ, ୨୦/୦୫ ( କାଁହୁ ଚରଣ ବାରିକ ) : କଟକ ଯୁବ କଂଗ୍ରେସର କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏକ ସୌହାର୍ଦ୍ୟପୂର୍ଣ୍ଣ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଓଏମପି (OMP) ଡାକବଙ୍ଗଳା ପରିସରରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ବିଭିନ୍ନ ପଦାଧିକାରୀ, ବରିଷ୍ଠ ନେତୃବୃନ୍ଦ ଏବଂ ବହୁ ସଂଖ୍ୟାରେ ଯୁବ କର୍ମୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ସଂଗଠନକୁ ଆହୁରି ମଜବୁତ ଓ କ୍ରିୟାଶୀଳ କରିବା ପାଇଁ ଏଠାରେ ଉପସ୍ଥିତ ସଦସ୍ୟମାନେ ପରସ୍ପର ସହ ସୌହାର୍ଦ୍ୟପୂର୍ଣ୍ଣ ମାହୋଲରେ ମତବିନିମୟ କରିଥିଲେ। ଏଥିସହିତ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ଅବସରରେ ଆଲୋଚନା କରାଯାଇଥିଲା।
କଟକ ରୁ କାଁହୁ ଚରଣ ବାରିକ
ନବଦୂତ News.