ହାତୀବନ୍ଧା ସ୍କୁଲର ତିନିଜଣ ଛାତ୍ରଛାତ୍ରୀ ଏନଏମଏମଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ
ସିନାପାଲି, ୨୦/୦୫ ( ପରମେଶ୍ୱର ମେହେର ) : ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ପରୀକ୍ଷା ବା ଏନଏମଏମଏସ୍ ପରୀକ୍ଷାରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ହାତୀବନ୍ଧା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ତିନିଜଣ ଛାତ୍ରଛାତ୍ରୀ ଶୈଳେଶ କାଣ୍ଡ, ଚୂଡ଼ାଙ୍କ ରଣା ଓ ଦିପ୍ତୀରେଖା କଟା ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଉକ୍ତ ବୃତ୍ତି ପାଇବାକୁ ଯୋଗ୍ଯ ବିବେଚିତ ହୋଇଛନ୍ତି ା ଖବର ପ୍ରକାଶ ପାଇଲା ପରେ ବିଦ୍ଯାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ଅଭିଭାବକ ମହଳରେ ଆନନ୍ଦ ପ୍ରକାଶ ପାଇଛି ା ଏନେଇ ବୁଧବାର ପ୍ରଧାନଶିକ୍ଷୟିତ୍ରୀ ମାଧୁରୀ ମାଝୀଙ୍କ ତତ୍ୱାବଧାନରେ ଏକ ସଭା କରାଯାଇ ଉକ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ଅଭିନନ୍ଦନ ଜଣାଇବା ସହ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ା ସଭାରେ ସିଆରସିସି ଉପେନ୍ଦ୍ର ସୁନାନୀ, ଶିକ୍ଷକ ଅରବିନ୍ଦ ମେହେର, କିଶୋର ଚଂଦ୍ର ମେହେର, ଶିକ୍ଷୟିତ୍ରୀ ବିନ୍ଦୁ ବେହେରା, ରଂଜିତା ମେହେର, ରଜନୀ ମେହେର, ବିନିଷା ମେହେରଙ୍କ ସହ ସ୍କୁଲ ପରିଚାଳନା ସମିତିର ସଦସ୍ୟାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ l