Hot Posts

6/recent/ticker-posts

ଛତିଶଗଡ଼ ବନବିଭାଗର ନିର୍ଯ୍ୟାତନା ଅଭିଯୋଗ: ଜଳନ୍ଧରଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ହୁଙ୍କାର

ନୂଆପଡ଼ା, ୨୪/୦୫ ( ପରମେଶ୍ୱର ମେହେର ) : ଛତିଶଗଡ଼ର ମୈନପୁର ଫରେଷ୍ଟ ଡିଭିଜନର ବନବିଭାଗ କର୍ମଚାରୀମାନଙ୍କ ଗୁଣ୍ଡାଗର୍ଦ୍ଦି ଯୋଗୁଁ ବିନା ଦୋଷରେ ବେନିୟମ ଭାବରେ ଗିରଫ ହୋଇ ମୈନପୁର ବନବିଭାଗ କାର୍ଯ୍ୟାଳୟରେ ଅମାନୁଷିକ ନିର୍ଯ୍ୟାତନାର ଶୀକାର ହୋଇଥିବା ବୋଡ଼େନ ବ୍ଲକର ଜଳନ୍ଧର ବଗର୍ତ୍ତୀଙ୍କୁ ତାଙ୍କ ବାସସ୍ଥାନରେ ସାକ୍ଷାତ କଲୁ। କିପରି ବନବିଭାଗର କର୍ମଚାରୀମାନେ ଜଣେ ନିରୀହ ବ୍ୟକ୍ତିକୁ ଭୁଲରେ ଉଠାଇ ନେଇ ଅକଥନୀୟ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଦେଇଥିଲେ ,ତାହା ତାଙ୍କ ମୁହଁରୁ ଶୁଣିଲି। ଏହାପରେ ବୋଡ଼େନ ଥାନାରେ ସେଠାକର ସବ୍ ଇନ୍ସପେକ୍ଟର ଶ୍ରୀମତୀ ଖାଡ଼ଙ୍ଗାଙ୍କୁ ସାକ୍ଷାତ କଲି। ଶ୍ରୀମତୀ ଖାଡ଼ଙ୍ଗା ଏହା ନେଇ ଏକ ଜିରୋ ଏଫ ଆଇ ଆର କରାଯାଇଥିବା କହିଲେ। ଛତିଶଗଡ଼ ପୋଲିସର ପରବର୍ତ୍ତୀ ପଦକ୍ଷେପକୁ ସେମାନେ ଅପେକ୍ଷା କରିଥିବା ଜଣାପଡ଼ିଛି। ଏହାପରେ ମୈନପୁରକୁ ଯାଇ ସେଠାକାର ଥାନାର ଏସଡିପିଓଙ୍କୁ ତଥା ଟାଉନ୍ ଅଧିକାରୀ ଶ୍ରୀ ସିଭ ହୁର୍ରାଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ପଚାରି ବୁଝିଲି। ଯେତେବେଳ ପର୍ଯ୍ୟନ୍ତ ନୂଆପଡ଼ା ଏସପିଙ୍କ ତରଫରୁ ତାଙ୍କ ଏସପିଙ୍କ ପାଖକୁ ଅଫିସିଆଲ ଲେଟର ନ ଆସିବ ଓ ତାଙ୍କ ଏସପି ଏ ନେଇ ସେମାନଙ୍କୁ ଆଦେଶ ନ ଦେବେ ସେମାନେ କିଛି ପଦକ୍ଷେପ ନେବାକୁ ଅସମର୍ଥ ବୋଲି ଉପରୋକ୍ତ ଅଧିକାରୀମାନେ କହିଥିଲେ। ମାତ୍ର ଥରେ ଆଦେଶ ଆସିଲେ ସେମାନେ ମଧ୍ୟ ନୀରିହ ବ୍ୟକ୍ତିଙ୍କୁ ନ୍ୟାୟ ଦିଆଇବାରେ କୌଣସି ହେଳା କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଛତିଶଗଡ଼ର ପ୍ରଶାସନିକ ବିଭାଗମାନଙ୍କ ଦ୍ବାରା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସେମାନଙ୍କ ଗୁଣ୍ଡାଗର୍ଦ୍ଦି ଯୋଗୁଁ ଶହ ଶହ ଥର ଏପରି ଘଟଣା ଘଟିସାରିଛି। ଏପରିକି ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି। ପରିବାରମାନେ ଅସହାୟ ହୋଇ ରହିଛନ୍ତି,ସୀମାବର୍ତ୍ତୀ ଗ୍ରାମବାସୀମାନେ ଆତଙ୍କିତ ହୋଇ ରହିଛନ୍ତି। ଜଳନ୍ଧର ବଗର୍ତ୍ତୀଙ୍କୁ ନ୍ୟାୟ ଦିଆଇବାରେ ପାଇଁ କଂଗ୍ରେସ ଦଳ ଯାହା କରିବାକୁ ପଡ଼ିବ, କରିବାକୁ ବଦ୍ଧପରିକର। ଆଗାମୀ ସାତ ଦିନ ମଧ୍ୟରେ ପରିବାରକୁ ନ୍ୟାୟ ନ ମିଳିଲେ ଜିଲ୍ଲାପାଳ ଓ ଏସପି ଅଫିସ ଘେରାଓ କରାଯିବ। ଜଳନ୍ଧରଙ୍କୁ ନ୍ୟାୟ ଦିଆଇବା ଓ ଆଗାମୀ ଦିନରେ ସୀମାବର୍ତ୍ତୀ ଗ୍ରାମମାନଙ୍କୁ ନିଶ୍ଚିନ୍ତ ଓ ସୁରକ୍ଷିତ ରଖିବାକୁ କଂଗ୍ରେସ ଦଳ ଅଣ୍ଟା ଭିଡ଼ି ଛିଡ଼ା ହେବ। ଓଡ଼ିଶା ସରକାର ଏହାର ପ୍ରତିକାର ପାଇଁ ଯେପରି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ, ଏପରି ପରିସ୍ଥିତି ସୃଷ୍ଟି କରାଯିବ। ଉଭୟ ରାଜ୍ୟର ସରକାରମାନଙ୍କ ଖାମଖିଆଲି ମନୋଭାବ ଓ ଛତିଶଗଡ଼ର ସରକାରୀ ବିଭାଗମାନଙ୍କ ଗୁଣ୍ଡାଗର୍ଦ୍ଦି ତଥା ଓଡ଼ିଶା ସରକାରୀ ବିଭାଗମାନଙ୍କ ନିଷ୍କ୍ରିୟତା ଓ ସ୍ଥାଣୁତା ଦୂର କରିବାକୁ କଂଗ୍ରେସ ଦଳ ଆହ୍ବାନ ଜଣାଉଛି।