ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
କଳାହାଣ୍ଡି, ୨୯/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ସର୍କିଟ ହାଉସ, ଭବାନିପାଟଣା ରେ ଜିଲ୍ଲା କୃଷକ ମୋର୍ଚ୍ଚା ଭାରତୀୟ ଜନତା ପାର୍ଟି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ ରେ ଆସି ପହଞ୍ଚିବା ପରେ , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଧର୍ମଗଡ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପଟ୍ଟଯୋଶୀ ,ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସୁଧିର କୁମାର ମୁଣ୍ଡ ,ସାଧାରଣ ସମ୍ପାଦକ ତଥା ବୃନ୍ଦବହାଲ ସରପଞ୍ଚ ମଣ୍ଟୁ ରାଉତ ,ଜଗବନ୍ଧୁ ସାହୁ ଓ ଅନ୍ୟ ପଦାଧିକାରୀ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ , ଜିଲ୍ଲା ରେ ମୋର୍ଚ୍ଚା ସଂଗଠନ କାର୍ଯ୍ୟ ର ସମୀକ୍ଷା କରିବା ସହିତ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ଵାରା ସମଗ୍ର କୃଷକ ଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷପ ବିଷୟ ରେ ନିଜ ମତ ରଖିଥିଲେ ଓ କଳାହାଣ୍ଡି ଜିଲ୍ଲା ରେ ଧାନ ସଂଗ୍ରହ କୁ ତ୍ୱରାନ୍ୱିତ କରିବା ବିଷୟ କୁ ନେଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଜିଲ୍ଲା ର ସମସ୍ୟା ଉପରେ ଆଲୋଚନା କରିଥିବା ଓ ତାହାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସଭାପତି ସୁଧାଂଶୁ ପାଢ଼ୀ,ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ର ବରିଷ୍ଟ ନେତା କେଶରୀ ଦୁର୍ଗା, ପ୍ରାଣନାଥ ପଣ୍ଡା , ଜିଲ୍ଲା ମିଡ଼ିଆ ସଂଯୋଜକ ନରହରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ