ସିନାପାଲି ବାହାଲପଡାରୁ ବାଇକ୍ ଚୋରି, ଏନେଇ ଥାନାରେ ଏତଲା
ସିନାପାଲି, ୧୬/୦୫ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା, ସିନାପାଲି ଅନ୍ତର୍ଗତ ବାହାଲପଡା ରେ ଆଜି ସକାଳେ ଏକ ବାଇକ୍ ଚୋରି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ସିନାପାଲି ବାହାଲପଡା ରେ ରହୁଥିବା ଅସୀମ ରଞ୍ଜନ ବେହେରା ଗତ ରାତି ରେ ନିଜ ଅଫିସ କାର୍ଯ୍ୟ ସାରି ବାଇକ୍ କୁ ନିଜ ଘରେ ସୁରକ୍ଷିତ ସ୍ଥାନ ରେ ରଖୁଥିଲେ । ସି ସି ଟି ଭି ଫୁଟେଜ୍ ଅନୁ ଶାରେ ରାତି ପ୍ରାୟ ୧୨ଟା ୩୧ ମି ନି ଟ୍ ସମୟରେ କିଛି ଅଜ ଅଜଣା ଯୁବକ ଆସି ତାଙ୍କ ମୋଟର ସାଇକଲ ଟିକୁ ଚୋରି କରି ନେଇଯାଇଛନ୍ତି । ଚୋରି ହୋଇଥିବା ଉକ୍ତ ମଟର ସାଇକେଲ କଳା ରଙ୍ଗର ପଲସର ୧୨୫ ଅଟେ ଏବଂଗାଡିନଂଓଡି-୧୮-ଏଚ୍-୫୬୩୦ ଅଟେ । ଏହି ଚୋରି ଘଟଣାକୁ ନେଇ ସିନାପାଲି ଥାନାରେ ଏକ ଏତଲା ଦାଏର କରାଯାଇଛି ଏବଂ ସମସ୍ତ ସିସି ଯାମେରା ଭିଡିଓ ପୋଲିସ କୁ ଦିଆଯାଇଛି, ହେଲେ ବାଇକ୍ ଚୋର କୁ ଧରିବାରେ ପୋଲିସ ଏପର୍ଯ୍ୟନ୍ତ ବିଫଳ ରହିଛି । ବହୁ ଖୋଜାଖୋଜି କଲାପରେ ମଧ୍ଯ ଗାଡିର କୌଣସି ପତ୍ତା ମିଲି ନ ଥିବାରୁ ଏନେଇ ସିନାପାଲି ଥାନାରେ ରେ ଏକ ଲିଖୂତ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଚୋରକୁ ଧରିବା ପାଇଁ ପୋଲିସ ଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେଲା ଅଞ୍ଚଳରେ ବାଇକ୍ ଚୋରି ଘଟଣା ବଢ଼ିଚାଲିଛି। ଏନେଇ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।