Hot Posts

6/recent/ticker-posts

ହାଇ ସ୍କୁଲ ପରୀକ୍ଷାରେ ଡାଙ୍ଗରପଦା ସରକାରୀ ହାଇ ସ୍କୁଲ ଛାତ୍ରୀ ବାଲିଆପାଳ ବ୍ଲକ ସ୍ତରରେ ଟପର ।

ବାଲିଆପାଳ, ୦୨/୦୫ ( ସନ୍ୟାସୀ ବେହେରା ) : ଚଳିତ ବର୍ଷ ହାଇ ସ୍କୁଲ ପରୀକ୍ଷାରେ ଡାଙ୍ଗରପଦା ସରକାରୀ ହାଇ ସ୍କୁଲର ଛାତ୍ରୀ ସାଇ ପ୍ରଭା ନନ୍ଦୀ ବ୍ଲକ ସ୍ତରରେ ଟପର ହୋଇ ଛନ୍ତି। ଏ ୧ ରେଙ୍କ ରେ ସର୍ବ ମୋଟ ୬ ଶହ ମାର୍କରୁ ସେ ୫୭୪ ନମ୍ବର ରଖିଛନ୍ତି।ସେହି ସ୍କୁଲ ର ସୁନୀଲ ନନ୍ଦୀ ୫୪୫ ମାର୍କ ରଖିଛନ୍ତି।ସେହିପରି ନିମାପଦା ନାୟକ ରାମ ଚନ୍ଦ୍ର ଏକାଡେମୀ ଗିରିଜା ଶଙ୍କର ନାୟକ ୫୬୦, ଗାୟତ୍ରୀ ନାୟକ ୫୪୯ ନମ୍ବର ରଖିଛନ୍ତି।ସେହିପରି ପ୍ରତାପପୁର ନିଶାମଣୀ ଗାର୍ଲସ ହାଇ ସ୍କୁଲର ବିବେକାନନ୍ଦ ଦତ୍ତ ୫୪୦,ପ୍ରତାପପୁର ସାହୁ ସନାତନ ହାଇ ସ୍କୁଲର ସ୍ୱୟାନଶ୍ରୀ ଦାସ ୫୪୬, ସୁବର୍ଣ୍ଣାସେତୁ ଗୋଛାୟତ ୫୪୦ ନମ୍ବର ରଖିଛନ୍ତି।ବାଲିଆପାଳ ସୁବର୍ଣ୍ଣ ରେଖା ସରକାରୀ ହାଇ ସ୍କୁଲ ର କୃଷ୍ଣା ସୁଧା ଲଷ୍ମୀ ଆଚାର୍ଯ୍ୟ ୫୭୩ , ପ୍ରସିଦ୍ଧ ଗିରି ୫୬୬ , ଅର୍ଚ୍ଚିତା ସାହୁ ୫୫୧, ଜୟଶ୍ରୀ ଗିରି ୫୪୭ , ପିୟୁଷ ମହାପାତ୍ର ୫୪୦, ରଶ୍ମି ରେଖା ଜେନା ୫୪୦ ନମ୍ବର ରଖି ସଫଳତା ହାସଲ କରିଛନ୍ତି।ସେହିପରି ଚୌମୁଖ ରାମ ପ୍ରସାଦ ସରକାରୀ ହାଇ ସ୍କୁଲ ର ସ୍ମୃତି ରେଖା ଖଣ୍ଡା ୫୫୫, ଜୟନ୍ତ ଜେନା ୫୫୪, ଶୁଭ ସ୍ମିତା ହାଜିରା ୫୪୦ ରଖି ସଫଳତା ହାସଲ କରିଛନ୍ତି।