ରାୟଗଡ଼ ଠାରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମୀକ୍ଷା ବୈଠକରେ ଯୋଗଦାନ
ରାୟଗଡ, ୧୫/୦୫ ( ଭି. ଗୌରି ଶଙ୍କର ରାଓ ) : ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାୟଗଡ଼ ଗସ୍ତ କରି ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ। ରାୟଗଡ଼ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋକ ପାତ କରିଥିଲେ। ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁର୍ଲକର୍ଣି ରାୟଗଡ଼ ଜିଲ୍ଲାର ସମସ୍ତ ତଥ୍ୟ ବିଶଦ୍ ଭାବରେ ବର୍ଣ୍ଣନା କରିଥିଲେ। ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ରାୟଗଡ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ବିଷୟରେ ଅବଗତ ହେଲା ପରେ ଅତୀବ ଖୁସି ବ୍ୟକ୍ତ କରିଥିଲେ। ଏବଂ କହିଥିଲେ ରାୟଗଡର ଅଧିକରୁ ଅଧିକ ଉନ୍ନତି କରିବା ପାଇଁ ସମସ୍ତଙ୍କର ଇଚ୍ଛା ଶକ୍ତି ଦରକାର। ସେ ବାରମ୍ବାର ରାୟଗଡ଼ ଜିଲ୍ଲା ଗସ୍ତ କରି ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଜିଲ୍ଲାର ଶିକ୍ଷା, ଗ୍ରାମ୍ୟ ଉର୍ନ୍ନୟନ, ପୂର୍ତ୍ତ, ପାନୀୟଜଳ, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ବିଭାଗର ସ୍ଥିତ ସମୀକ୍ଷା କରିଛନ୍ତି। ଏହି ଅବସରରେ ସ୍ୱତନ୍ତ୍ର ଉର୍ନ୍ନୟନ ପାରିଷଦ ଅଧକ୍ଷ ବିଦ୍ୟାଧର ଶବର, ଉପାଧ୍ୟାକ୍ଷା ମଞ୍ଜୁଳା ମିଣିଆକା, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଅତିରକ୍ତ ଜିଲ୍ଲାପାଳ ପ୍ରଶାସନ, ରାଜସ୍ବ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।