ପୂପୁଗାଁ ସାପ୍ତାହିକ ହାଟକୁ ବନ୍ଦ କରିବାକୁ ଦାବୀ କଲେ ବିଧାୟକ।
ଜୟପୁର, ୧୩/୦୪ ( ଏ. ଭେଙ୍କଟ ରାଓ ) : ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତିଗିରି ପଞ୍ଚାୟତ ଅଧିନରେ ଥିବା ପୂପୁଗାଁ ଠାରେ ଏକ ସାପ୍ତାହିକ ହାଟ ବେଆଇନ ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ମାଝିଙ୍କ ସହ ସ୍ଥାନୀୟ କିଛି ବିଜେପି ଦଳର ନେତା ଏବଂ ଗୋରୁ ବେପାରୀଙ୍କ ଉପସ୍ଥିତିରେ ମନ୍ଦିର ଉଦ୍ଘାଟନ କୁ ଯିବା ଅବସରରେ ଏହି ପୂପୁଗାଁ ହାଟ ଟିକୁ ଉଦ୍ଘାଟନ କରିଥିଲେ। ଏହି ସ୍ଥାନକୁ ରାଜ୍ୟ ପ୍ରଶାସନ ହାଟ କରିବା ନିମନ୍ତେ ଅନୁମତି ଦେଇ ନଥିବା ବେଳେ ଏବଂ ସ୍ଥାନୀୟ ବିଧାୟକଙ୍କ ଅନୁପସ୍ଥିତିରେ ରାଜ୍ୟ ମନ୍ତ୍ରୀ କିଭୋଳି ଏହି କାର୍ଯ୍ୟକ୍ରମରେ ଯୋଗଦେଲେ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିବା ସହ ସାପ୍ତାହିକ ହାଟ ବାହାନାରେ ଏଠାରେ ଗୋରୁ ବେପାର କରିବାକୁ ଯୋଜନା ହୋଇଥିବା ଅଭିଯୋଗ କରିଥିଲେ ବିଧାୟକ ଶ୍ରୀ ବହିନିପତି। ଶାସକ ଦଳର ବିଧାୟକ ମାନେ ଗୋରୁ ବେପାରି ମାନଙ୍କ ଠାରୁ ନିତ୍ୟ ଆପ୍ୟାୟିତ ହୋଇ ଏହି ହାଟକୁ ମାନ୍ୟତା ଦେବାକୁ ଜିଲ୍ଲା ପ୍ରଶାସନ ଉପରେ ଚାପ ସୃଷ୍ଟି କରୁଥିବା ବିଧାୟକ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଜୟପୁର ଅଞ୍ଚଳ ଏବଂ ଜିଲ୍ଲାରେ ଗୋରୁ ବ୍ୟବସାୟ କରି ଅର୍ଜନ କରିଥିବା ଅଚଳାଚଳ ସମ୍ପତିକୁ ସମୀକ୍ଷା କରି ଦଶିବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ବିଧାୟକ ଶ୍ରୀ ବାହିନୀପତି। ଆଗାମୀ ବିଧାନସଭା ଅଧିବେଶନରେ ଏହି ହାଟ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ ବାଧ୍ୟ କରିବି ବୋଲି କହିଛନ୍ତି ଜୟପୁର ବିଧାୟକ। ଏହି ବେଆଇନ ହାଟ ଆରମ୍ଭ କରିବା ପ୍ରସଙ୍ଗରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବ ତେବ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସ୍ଥାନୀୟ ବିଧାୟକ ଶ୍ରୀ ବାହିନୀପତି ଏକ ସାମ୍ୱାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।