ବାରଣିପୁଟରେ ଶିକ୍ଷକ ତାଲିମ ଶିବିର: ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ଶିକ୍ଷା ପ୍ରଣାଳୀର ଆଲୋଚନା
ଜୟପୁର, ୧୩/୦୪ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବାରଣିପୁଟ ପ୍ରାଥମିକ ବିଦ୍ୟାଳୟ ଜୟପୁର ଠାରେ ବାରଣିପୁଟ ଗୋଷ୍ଠୀ ସାଧନ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସମଗ୍ର ଶିକ୍ଷଣ ସାମଗ୍ରୀ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ସମଗ୍ର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯେଉଁ ଭଳି ଭାବରେ ଶିକ୍ଷା ଦାନ ଦିଆଯାଇ ପାରିବ ସେ ନେଇ ଶ୍ରୀ ଜ୍ୟୋତି ଶଙ୍କର ତ୍ରିପାଠୀ ସମସ୍ତ ଙ୍କୁ ତାଲିମ ପ୍ରଦାନ କରିଥିଲେ, ଉକ୍ତ କାର୍ଯ୍ୟକ୍ରମ କୁ ବାରିଣି ପୁଟ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ମଣ୍ଡଳ, ସହକାରୀ ଶିକ୍ଷୟତ୍ରୀ ଗିତା ରାଣି ସାହୁ ଓ ଆର୍ ସବିତା ପରିଚାଳନା କରିଥିଲେ, ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଜୟପୁର କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ