Hot Posts

6/recent/ticker-posts

ମାଁ ବେଲାରାଣୀ ଯାତ୍ରା ଉତ୍ସବ ୨୦୨୬: ଚଟିଆଗୁଡ଼ାରେ କଳା ଓ ସଂସ୍କୃତିର ଭବ୍ୟ ମହୋତ୍ସବ

ସିନାପାଲି, ୦୪/୦୪ ( ପରମେଶ୍ୱର ମେହେର ) : କଳା, ସାହିତ୍ୟ ଓ ସଂସ୍କୃତିର ଅଦ୍ଭୁତ ସମନ୍ୱୟକୁ ନେଇ ଚଟିଆଗୁଡ଼ାରେ ‘ଶ୍ରୀ ମାଁ ବେଲାରାଣୀ ଯାତ୍ରା ଉତ୍ସବ ୨୦୨୬’ର ପ୍ରଥମ ସଂସ୍କରଣ ଭବ୍ୟ ଭାବେ ଉଦଘାଟିତ ହୋଇଛି। ସକାଳୁ ମଶାଲ ଶୋଭାଯାତ୍ରା ଉତ୍ସବ ପଡ଼ିଆକୁ ପହଞ୍ଚି ଉତ୍ସବର ମହୋଲକୁ ଉତ୍ସାହମୟ କରିଥିଲା। ପରେ ସନ୍ଧ୍ୟାବେଳେ ମହୋତ୍ସବର ଔପଚାରିକ ଉଦଘାଟନ ହୋଇଥିଲା। ସନ୍ଧ୍ୟାକାଳୀନ ସଭାରେ ବ୍ରହ୍ମନନ୍ଦ ସାଙ୍କ ଦ୍ୱାରା ଅତିଥି ପରିଚୟ ଓ ନିମନ୍ତ୍ରଣ ପରେ ଭାନୁପ୍ରତାପ ମାଝୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହାତିବନ୍ଧା ସରସ୍ବତୀ ଶିଶୁମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପ୍ରସ୍ତୁତ କରି ସଭାକୁ ଆକର୍ଷଣୀୟ କରିଥିଲେ। ଦେବାପୂଜନ ଧବଳେଶ୍ୱର ପୁରୋହିତଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଏହି ଅବସରରେ ପୁଷ୍ପାଞ୍ଜଳି ନନ୍ଦ (ଅଧ୍ୟକ୍ଷା, ପଞ୍ଚାୟତ ସମିତି ଖଡ଼ିଆଳ) ବିଶିଷ୍ଟ ଅତିଥି ଭାବେ ଓ ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଧୁରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବସନ୍ତ ମାଝୀ, ପୁଷ୍ପାଞ୍ଜଳି ଗୁଆଳ, ଯଂଜ୍ଞସେନୀ କଟା, ଆଜୀଜ୍ ଖାଁ, ମିନା ଘିଭେଲା ଓ ରଙ୍ଗୀତା ପାତ୍ର ଉପସ୍ଥିତ ଥିଲେ। ଶେଷରେ ନିରଞ୍ଜନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ମଞ୍ଚରେ ଜିଲ୍ଲା ଓ ଜିଲ୍ଲା ବାହାରର ସୁନାମଧନ୍ୟ ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇ ଦର୍ଶକମାନଙ୍କୁ ମନୋରଞ୍ଜିତ କରାଯାଇଥିଲା।