ପାଟଣା ରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ, ନବାଗତ ଛାତ୍ରଛାତ୍ରୀ ଙ୍କୁ ଖଡ଼ି ଛୁଆଁଇଲେ ବିଧାୟକ
ପାଟଣା, ୦୪/୦୪ ( ଦଶରଥ ବାରିକ ) : ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ଵ ଅନୁଷ୍ଠିତ ହୋଇଛି।ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୁନାଳ କୁମାର ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ କମଳା କାନ୍ତ ପତି ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାର୍ଗ ଦେବା ସହ ନବାଗତ ଶିଶୁ ବାଟିକା ଛାତ୍ରଛାତ୍ରୀ ଙ୍କୁ ସ୍ଲେଟ ଓ ଶିକ୍ଷଣ ସାମଗ୍ରୀ ଥିବା ସ୍କୁଲ ବ୍ୟାଗ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ପ୍ରାରମ୍ଭ ର ଖଡ଼ି ଛୁଆଁଇ ଥିଲେ।ଏହା ପରେ ଏକ ସୁସଜ୍ଜିତ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବିଧାୟକ ଙ୍କ ପ୍ରତିନିଧି କମଳା କାନ୍ତ ଦାଶ,ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡ଼ଃ ଶୁଭେନ୍ଦୁ ସାଗର କୁମାର ନାଏକ ବଡ଼ପାଟଣା ସରପଞ୍ଚ ବିନତି ବାନରା,ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ଏବିଇଓ ସଚ୍ଚିଦାନନ୍ଦ ସେଠୀ ଓ ପ୍ରକାଶ କୁମାର ରାୟ ଏବଂ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ନୃସିଂହ ନାଥ ସିଂହ, ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ରେ ବ୍ଲକ ଅଞ୍ଚଳର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ସ୍ୱତନ୍ତ୍ର ପ୍ରବେଶ ଉତ୍ସବ ସ୍ୱାଗତ ସଙ୍ଗୀତ ଗାନ ଓ ନୃତ୍ୟ ପରିବେଷଣ କରା ଯାଇଥିଲା