କରମରୀ ମା ଠାକୁରାଣୀଙ୍କ ଘଟଯାତ୍ରା ଉଦଯାପିତ ହୋଇଯାଇଛି
ଝରିଗାଁ, ୦୮/୦୪ ( ନକୁଲ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଞ୍ଚାୟତର କରମରୀ ଗାଁରେ ଚାଲିଥିବା ମା ଘଟଯାତ୍ରା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି | ଗତ ସୋମବାର ଠାରୁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଠାକୁରାଣୀଙ୍କ ଘଟ ପ୍ରତ୍ୟେକ ଦିନ ବଡ଼ ପଟୁଆରରେ ବାହାରି ଗ୍ରାମ ପରିକ୍ରମା କରିଥିଲେ | ସେହିପରି ଯାତ୍ରା କମିଟି ତରଫରୁ ଲୋକଙ୍କ ମନୋରଞ୍ଜନ ନିମନ୍ତେ 4 ଗୋଟି ଦେଶିଆ ନାଟକ ଆୟୋଜନ କରାଯାଇଥିଲା | ଶେଷଦିନରେ ଠାକୁରାଣୀଙ୍କ ମୁଖ୍ୟ ପୂଜକ ପ୍ରପୁଲ ପୂଜାରୀ ମା ଠାକୁରାଣୀଙ୍କୁ ଘଟକୁ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜା କରିବା ପରେ କଳସ ମଣ୍ଡପ ଠାରୁ ମା ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ବିରାଟ ଶଭାଯାତ୍ରାରେ ବାହାରିଲେ |ଏହି ଶୋଭାଯାତ୍ରାରେ ଠାକୁରାଣୀଙ୍କ ଘଟ ସହ ଆଖ ପାଖ ଗାଁ ର ଲୋକ ମାନେ ଆସିଲେ ଥିଲେ | ଠାକୁରାଣୀ ମନ୍ଦିରରେ ଠାକୁରାଣୀଙ୍କ କଳସ ଓ଼ଲ୍ଳେହେଇବା ସମୟରେ ମା ଙ୍କ ଶକ୍ତି ପ୍ରଦର୍ଶନ ଦେଖିବା ପାଇଁ ପ୍ରବଲ ଭିଡ଼ ହୋଇଥିଲେ | ଶେଷରେ ଠାକୁରାଣୀ ମନ୍ଦିରରେ ଘଟ ଗୁଡିକକୁ ଓହ୍ଲାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିବା ପରେ ଯାତ୍ରା ସମ୍ପନ୍ନ ହୋଇଥିଲା | ଶେଷ ଦିନରେ ସ୍ଥାନୀୟ ଅଂଚଳର ପୂଜାରୀ, ଶିରା,ଗାଉଁଟିଆ, ଚଲାଣ, ଗଣ୍ଡା ଙ୍କ ସହିତ ଗ୍ରାମବାସୀ ବୁଦ୍ଧିଜୀବୀ ଓ ଯାତ୍ରା କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ |