Hot Posts

6/recent/ticker-posts

ଶିକ୍ଷକ ବିଶ୍ୱମ୍ବର ମେହେରଙ୍କ ଆକସ୍ମିକ ପରଲୋକ

ସିନାପାଲି, ୦୮/୦୪ ( ପରମେଶ୍ୱର ମେହେର ) : ସ୍ଥାନୀୟ ଗୋଡାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଶ୍ୱମ୍ବର ମେହେରଙ୍କ(55)ଆଜି ହଠାତ ପରଲୋକ ଘଟିଥିବା ଜଣାପଡିଛି l ଖବର ଜଣାପଡିଲା ପରେ ସିନାପାଲି ଶିକ୍ଷକ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇବା ସହ ପରିବାର ପରିଜନଙ୍କ ଭିତରେ ଶୋକର ଛାୟା ଖେଲି ଯାଇଛି l ସ୍ବର୍ଗତ ମେହେର ଜଣେ ଛାତ୍ରବତ୍ସଲ ସ୍ନେହୀ ଓ ଶୃଙ୍ଖଳିତ ଶିକ୍ଷକ ଭାବରେ ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କ ନିକଟରେ ନିଜ ପରିଚୟ ତିଆରି କରିଥିଲେ l ପ୍ରତିଦିନ ଭଳି ଆଜି ସକାଳେ ନିଜ ବିଦ୍ୟାଳୟକୁ ଯାଇ ସବୁଦିନ ଭଳି ନିଜ କର୍ତଵ୍ୟ କରିଥିଲେ l ନୂଆ ପାଠ୍ୟ ପୁସ୍ତକ ବି ପିଲାଙ୍କୁ ବଣ୍ଟନ କରିଥିଲେ l ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଅନ୍ୟ ଜଣେ ଶିକ୍ଷକଙ୍କ ସହଯୋଗରେ ଘରକୁ ଆସିଲା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ସେଠାରୁ ନୂଆପଡା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି l ସ୍ବର୍ଗତ ମେହେର ତାଙ୍କ ପଛରେ ନିଜ ପତ୍ନୀଙ୍କ ସହ ଦୁଇ ନାବାଳିକା ଝିଅଙ୍କୁ ଛାଡିଯାଇଛନ୍ତି l ଆଜି ସନ୍ଧ୍ୟାରେ ତାଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି l ଶେଷକୃତରେ ଅବସରପ୍ରାପ୍ତ ଶିକ୍ଷକ ଅରୁଣ ଯୋଷୀ, ଶିକ୍ଷକ ରାଜେନ୍ଦ୍ର ଖମାରୀ, ପ୍ରଦୀପ ଯୋଷୀ, ଶିବପ୍ରସାଦ ମେହେର, ନବୀନ ବେହେରା, ଗୀତେଶ୍ୱର ଶବରଙ୍କ ସହ ପରିବାରବର୍ଗ ଓ ଆତ୍ମୀୟ ଉପସ୍ଥିତ ଥିଲେ l ଶ୍ରୀ ମେହେରଙ୍କ ପରଲୋକରେ ସ୍ଥାନୀୟ ଶିକ୍ଷକ ସଙ୍ଘ ସଦସ୍ୟ ମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l