Hot Posts

6/recent/ticker-posts

ଭୁବନେଶ୍ୱର ଯାଇ ଦ୍ୱିତୀୟ ସ୍ଥାନ ଅଧିକାର କଲେ କନ୍ଧମାଳ ଛାତ୍ରୀ

ଚକାପାଦ, ୦୨/୦୪ ( ବାଳକୃଷ୍ଣ କଁହର ) : ଜୁନିଅର ରେଡକ୍ରସ ର ଆନ୍ତଃ ରାଜ୍ୟ ଶିକ୍ଷା ତଥା ତାଲିମ ଶିବିର 2026 ର ଆମ ରାଜ୍ୟ ସ୍ଥିତ ହାଇ-ଟେକ ମେଡିକାଲ ଓ କଲେଜ, ଭୁବନେଶ୍ୱର ଠାରେ ତା 5 ଦିନ ଧରି ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ତଥା ତାଲିମ ଶିବିର ରେ ଦଳଗତ ସଂଗୀତ ପ୍ରତଯୋଗୀତା ରେ କନ୍ଧମାଳ ଜିଲ୍ଲା ଦ୍ଵିତୀୟ ସ୍ଥାନ ପାଇଥିଲା।କନ୍ଧମାଳ ଜିଲ୍ଲା ର ଚକାପାଦ ବ୍ଲକ ଅନ୍ତର୍ଗତ ପିଏମ ଶ୍ରୀ ବିବି ହାଇ ସ୍କୁଲ, ଲାଇନପଡା ର କୃତି ପ୍ରତିଯୋଗୀ ଯଥା କାବେରୀ ମଲ୍ଲିକ, ଜସ୍ମିତା ବେହେରା, ଶ୍ରାବଣୀ ଗଣ୍ଡା, ସଲୋନୀ ଡିଗାଲ, ଆକାଂକ୍ଷା ଯାନୀ ଏବଂ ପ୍ରିୟଙ୍କା ପ୍ରଧାନ ଦଳଗତ ସଂଗୀତ ପ୍ରତିଯୋଗିତା ରେ ଭାଗ ନେଇ ଦ୍ଵିତୀୟ ସ୍ଥାନ ରେ ସଫଳ ହୋଇଥିଲେ। ଯାହା କନ୍ଧମାଳ ଜିଲ୍ଲା ପାଇଁ ଗୌରବନୀତ କରିଥିଲା। ଦଳଗତ ସଂଗୀତ ରେ ଗାନ କରାଯାଇଥିବା ଗୀତା ରେଡ କ୍ରସ ଉପରେ ଆଧାରିତ ଥିଲା ତାହା ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଲଷ୍ମୀ ନାରାୟଣ ପୁରୋହିତ ଯିଏ କି ବୃତ୍ତି ରେ ଶିକ୍ଷକ କିନ୍ତୁ ପେସା ରେ ଜଣେ ସଂଗୀତ ଗୁରୁ, ଆକାଶବାଣୀ କଳାକାର ଓ ମଞ୍ଚ ଉଦ୍ଧଘୋଷାକ ତତ ସହିତ ଏହି ପ୍ରତିଯୋଗିତା ପଛରେ ବିବି ହାଇ ସ୍କୁଲ ଲାଇନପଡା ର ଗଣିତ ଶିକ୍ଷକ ତଥା ଚକାପାଦ ବ୍ଲକ ର ଜୁନିଅର ରେଡକ୍ରସ ପରାମର୍ଶଦାତା ଶ୍ରୀ ସୁଶୀଳ ପରାସେଠ ଙ୍କ ଉଦ୍ୟମ ଓ ଚେଷ୍ଟା ଯୋଗୁ ସମ୍ଭବ ହୋଇଥିଲା।ଆଜି ବିଦ୍ୟାଳୟ ତରଫରୁ ଆନ୍ତଃ ରାଜ୍ୟ ଜୁନିଅର ରେଡ କ୍ରସ ପ୍ରତିଯୋଗିତା ରେ ଓଡିଶା ଦଳଗତ ପ୍ରତିଯୋଗିତା ରେ ଦ୍ଵିତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସହର ପରିକ୍ରମା କରାଯାଇଥିଲା। ଏହି ଭବ୍ୟ ସମ୍ବର୍ଦ୍ଧନା ସଭା ର ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ସାହାଣୀ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ତଥା ଜୁନିଅର ରେଡ କ୍ରସ ଅଫିସର ଶ୍ରୀ ପ୍ରଶାନ୍ତ କୁମାର ଦାଶ ତାଙ୍କ ରେଡକ୍ରସ ର ଇତିହାସ, ନୀତି ଓ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ବିଦ୍ୟାର୍ଥୀ ଙ୍କୁ ପ୍ରତି ମୁହୂର୍ତ୍ତ ରେ ପ୍ରସ୍ତୁତ ରହିବା କୁ ଉପଦେଶ ଦେଇଥିଲେ। ମୁଖ୍ୟ ଅତିଥି ତଥା ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ପାତ୍ର ତାଙ୍କ ବକ୍ତ୍ୟବ୍ୟ ରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଙ୍କ ଟିମ ୱାର୍କ ଯୋଗୁ ଲଗାତାର ଗତ 3 ବର୍ଷ ମଧ୍ୟ୍ୟରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତର ରେ ଅଂଶ ଗ୍ରହଣ କରିବା ବିରଳ ସଫଳତା ବୋଲି କହିଥିଲେ। ଜିଲ୍ଲା ର ଶ୍ରେଷ୍ଠ 5 ଟି ବିଦ୍ୟାଳୟ ରେ ଏହି ବିଦ୍ୟାଳୟ ଅଛି ଯାହା ଆମକୁ ଖୁସି ଦେଉଛି।ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରତାପ ବେହେରା,ବାଳକୃଷ୍ଣ କହଁର ସବୁକ୍ଷେତ୍ରରେ ଏହି ବିଦ୍ୟାଳୟ ଶ୍ରେଷ୍ଠ ସଫଳତା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ଦୁଇଟି ଖମ୍ବ ସଦୃଶ ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପ୍ରଧାନ ଏବଂ ପଞ୍ଚ ଶାଖା ଶିକ୍ଷା ସେତୁ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ବେହେରା ପିଲାମାନଙ୍କ ସଫଳତା ରେ ଭୁୟସୀ ପ୍ରଶଂସା କରିବା ସହ ବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ। ଆଜିର ସଭା ରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଶ୍ରୀମତୀ ମାନିନୀ ପ୍ରଧାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ସୁଶୀଳ ପରାସେଠ। ସଭା କୁ ସଫଳ ଆୟୋଜନ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବରିଷ୍ଠ ଶିକ୍ଷକ ବିକ୍ରମ ବିହାରୀ ବିହାରୀ, ଶିକ୍ଷକ ସୁଶୀଲ କୁମାର କହଁର , ତାରିଣୀ ହରିପାଳ, ଅନନ୍ତ ମହାକୁର, ସ୍ମୃତିକାନ୍ତ ମହାରଥ, ଚକାଡୋଳା ନାୟକ, ଦିନେଶ କୁମାର ସାହୁ,ଶିକ୍ଷୟିତ୍ରୀ ବାସନ୍ତୀ ପ୍ରଧାନ, ଶୁଚିସ୍ମିତା ପୃଷ୍ଟି, ପ୍ରିୟଦର୍ଶିନୀ ପ୍ରଧାନଓ ଅନ୍ୟାନ୍ୟ କର୍ମଚାରୀ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।