Hot Posts

6/recent/ticker-posts

ଚଳନା ଓ ହାତୀବନ୍ଧା ସ୍କୁଲରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ

ସିନାପାଲି, ୦୪/୦୪  ( ବନ ବିହାରୀ ମେହେର ) : ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାତିବନ୍ଧା ନୋଡାଲ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ଶୁଭାରମ୍ଭ ହୋଇଯାଇଛି। ଚଳନା ବିଦ୍ୟାଳୟରେ ପାଞ୍ଚ ଜଣ ଛାତ୍ରଛାତ୍ରୀ ଖଡ଼ି ଛୁଇଁ ଶିଶୁ ବାଟିକାରେ ନାମ ଲେଖାଇଥିବା ବେଳେ ଏ ନେଇ ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେଶ ନାୟକ ଯୋଗଦେଇଥିଲେ l ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଯୋଷୀ, ଶିକ୍ଷକ ବୈଷ୍ଣବ ମେହେର, ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଷୀ, ସୁମିତ୍ରା ମେହେର, ଶିକ୍ଷକ ଉଗ୍ରେସନ ହଂସ ପ୍ରମୁଖ ଉପସ୍ଥିତ ରହି ଫୁଲଚନ୍ଦନ ଦେଇ କୋମଳମତି ଶିଶୁଙ୍କୁ ବିଦ୍ୟାଳୟ ପରିସରକୁ ସ୍ୱାଗତ କରିଥିଲେ l ଏଥିସହ ଶିଶୁମାନଙ୍କୁ ପୁସ୍ତକ ପେନସିଲ ରବର, ଚକୋଲେଟ ଆଦି ବଣ୍ଟନ କରାଯାଇଥିଲା l ସେହିପରି ହାତୀବନ୍ଧା ନୋଡାଲ ବିଦ୍ୟାଳୟରେ ଆଜି ଦୁଇ ଜଣ ଶିଶୁ ନାମ ଲେଖାଇଥିବା ବେଳେ ଏଠାରେ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟାମାନେ ଯୋଗଦେଇଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ମାଧୁରୀ ମାଝୀ, ଶିକ୍ଷୟିତ୍ରୀ ବିନ୍ଦୁ ବେହେରା,ଶିକ୍ଷକ କିଶୋର ମେହେର, ଶିକ୍ଷୟିତ୍ରୀ ରଞ୍ଜିତା ମେହେର, ରଜନୀ ମେହେର, ବିନିଷା ମେହେର ପ୍ରମୁଖ ଉପସ୍ଥିତ ରହି ଫୁଲଚନ୍ଦନ ଦେଇ ଶିଶୁଙ୍କୁ ସ୍ୱାଗତ କରିଥିଲେ l ଉଭୟ ବିଦ୍ୟାଳୟରେ ବିଭିନ୍ନ ଖେଳନା ଓ ଖେଳସାମଗ୍ରୀ ମାଧ୍ୟମରେ ଶିଶୁଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବାର ପ୍ରୟାସ କରାଯାଇଥିଲା l ଏହା ପୂର୍ବରୁ ନୂତନ ଭାବରେ ଶିଶୁ ବଟିକାରେ ନାମ ଲେଖାଇବାକୁ ଥିବା ଶିଶୁଙ୍କ ଘରକୁ ଯାଇ ପ୍ରବେଶ ଉତ୍ସବ ପାଇଁ ନିମନ୍ତ୍ରଣ ଦିଆଯାଇଥିଲା l ଆଜିର କାର୍ଯ୍ୟକ୍ରମକୁ ନେଇ ଅଭିଭାବକ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମହଲରେ ଉତ୍ସାହ ପରିଲିକ୍ଷିତ ହୋଇଛି l