ବ୍ଲକ ପ୍ରଶାସନ ଓ ପଞ୍ଚIୟତ ଅବହେଳା ଯୋଗୁ ସ୍ୱାମୀଙ୍କ ମୃତ୍ୟୁକୁ ୩ବର୍ଷ ବିତିଲା,ଭତ୍ତାରୁ ବଞ୍ଚିତ ଯୁଗମଣି
ଝରିଗାଁ, ୦୯/୦୨ ( ନକୁଳ ଭତ୍ରା ) : ସରକାର ବୃଦ୍ଧବୃଦ୍ଧାମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳାମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳାମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ବହୁ ଗରିବ ଅସହାୟ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଥିବା ଦେଖୁବାକୁ ମିଳିଛି ।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ଗୋରମ୍ବା ଜାମୁଗୁଡ଼ାର ଯୁଗମଣି ଭତରା(୩୯) ସ୍ବାମୀଙ୍କ ମୃତ୍ୟୁ ହୋଇ ୩ବର୍ଷ ବିତିଯାଇଥିଲେ ମଧ୍ୟ ଭତ୍ତା ଖଣ୍ଡେ ପାଇବାରୁ ବଞ୍ଚିତ ରହିଛନ୍ତି। ସୂଚନା ମୁତାବକ ଯୁଗମଣିଙ୍କ ସ୍ବାମୀ ଲଖମୁ ଭତରାଙ୍କୁ ମୃତ୍ୟୁ ହୋଇ ୩ବର୍ଷ ବିତିଯାଇଛି । ସ୍ବାମୀଙ୍କ ମୃତ୍ୟୁ ପରେ ଝିଅ ଓ ଯୁଗମଣି ଅନାଟନରେ ଦ୍ଵି ପ୍ରାଣୀକୁଟୁମ୍ବ ଚଲୁଥିବାବେଳେ ସରକାର ପକ୍ଷରୁ ମିଳୁଥିବା କେହି ଚାଉଳରେ ଗୁରରାଣ ମେଣ୍ଟାଉଛନ୍ତି। ଏନେଇ ବିଧବା ଭତ୍ତା ପାଇଁ ଏକମ୍ବା ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନେକ ଥର କାଗଜପତ୍ର ଦେଇଆସୁଛନ୍ତି । ହେଲେ ୩ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ଖଣ୍ଡେ ହୋଇପାରିନାହିଁ ।ଜିଲ୍ଲା ପ୍ରଶାସନ ଯୁଗଙ୍କୁ ଭତ୍ତା ଖଣ୍ଡେ ଯୋଗେଇ ଦେବାକୁ ଗ୍ରାମବାସୀ ଦାବି ହୋଇଛି ।