Hot Posts

6/recent/ticker-posts

ମଙ୍ଗରାଚଚରା (ଟୁଟିଗୁଡ଼ା) ହୋଲେ ପଡ଼ା ପାଇଁ ପ୍ରସ୍ତୁତି ବୈଠକ..

ଝରିଗାଁ, ୨୩/୦୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ,ଝରିଗାଁ ବ୍ଲକ , ଧମନଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମାଙ୍ଗରାଚଚରା (ତୁଟିଗୁଡ଼ା) ଗ୍ରାମ ଠାରେ ଚଳିତ ବର୍ଷର ତା ୦୩/୦୩/୨୦୨୬ ରିଖ (ବୁଧବାର )ରେ ହେବାକୁ ଯାଉଥିବା ହୋଲେ ପଡ଼ା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆୟୋଜିତ ଉକ୍ତ ବୈଠକରେ ମଙ୍ଗରାଚଚରା, ଧାରନାବେଡା,ଟୁଟିଗୁଡ଼ାର ,ଅନେକ ସଦସ୍ୟ ଏକତ୍ରିତ ହେଇଥିଲେ । ସେଥି ମଧ୍ୟରୁ ମୁଖ୍ୟ ଭାବେ ମା ମାହୁଲି ପୂଜାରି ଅମାନସିଂ ପୂଜାରୀ, ଆୟୋଜନ କରାଯାଇ ଥିବା ଉକ୍ତ ବୈଠକରେ କଣ ସବୁ ବ୍ୟବସ୍ଥା ରହିବ ଦୁଇଟି ନାଟକର ବ୍ୟବସ୍ଥା ଶାନ୍ତି ଶୁଙ୍ଖଳରେ କରାଯିବ ତଥା ବଜାର କୁ ଆସୁଥିବା ଉଠାଦୋକାନୀମାନଙ୍କ ଖିଆ ପିଆ ବ୍ୟବସ୍ଥା ସାଙ୍ଗକୁ ଜଳ ଓ ବିଦୁତ ବ୍ୟବସ୍ଥା ରେ ଯେମିତି କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ ସେ ଉପରେ ଧ୍ୟାନ ଦେବା ଓ ଛୋଟଠାରୁ ଆରମ୍ଭ କରି ବୁଢା ବୁଢ଼ୀ ପର୍ଯ୍ୟନ୍ତ ଆସନ୍ତି , ବଜାରରେ କାହାର ଅସୁବିଧାର ସମ୍ମୁଖୀନ ନ ହେବା ଭଳି ଭିବିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଛି । ଏହି ପାରମ୍ପରିକ ପୁରୁଣା ସ୍ମୃତିକୁ ବଜାୟ ରଖିବା ପାଇଁ ମା ମାଉଲି ଦେବୀଙ୍କ ମନ୍ଦିର ସମ୍ମୁଖରେ ପ୍ରତି ବର୍ଷ ମହା ଆଡ଼ମ୍ବର ସହ ପାଳନ କରାଯାଏ। ସରକାରୀ ହୋଲି ଉତ୍ସବ ଅନୁସାରେ ଏହି ହୋଲି ଉତ୍ସବ ପୂର୍ବ ଦିନଠାରୁ ଲୋକଙ୍କ ଭିଡ଼ ଜମିଥାଏ । ସେହି ଦିନ ଲୋକଙ୍କ ମନୋରଞ୍ଜନ ସକାଶେ ଦୁଇ ଗୋଟି ନାଟକ ହୋଇଆସୁଛି।ହୋଲି ଉତ୍ସବ ଦିନର ବ୍ରହ୍ମମୁହୂର୍ତ ପୂର୍ବରୁ ନିଆଁ ରେ ଚାଲିବାର ସତ୍ୟତା ମଧ୍ୟ ରହିଛି। ସେହି ହୋଲି ପଡ଼ା କୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରୁ ଲୋକମାନେ ଆସନ୍ତି । ଏହି ଉପୋରକ୍ତ କୁ ଧ୍ୟାନରେ ରଖି ସତର୍କ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ହୋଲି ବଜାର କମିଟିର ସଦସ୍ୟ ମାନେ ସଭାପତି ବଳିରାମ ଭତ୍ରା, ଉପସଭାପତି ସୁବାଷ ଭତ୍ରା ,କସାଧ୍ୟ୍ୟକ୍ଷ ଶଙ୍କର ପୂଜାରୀ,ଚଲାଣ ଜଳଧର ଭତ୍ରା,ପୂର୍ଣ୍ଣ ଭତ୍ରା,ବଦର ଭତ୍ରା,ମାନସିଂ ପୂଜାରୀ,ମାଉଳି ପୂଜାରୀ ଅମାନସିଂ, ମାଟି ପୂଜାରୀ ଡମଣା,ଭଗବାନ ଭତ୍ରା,ମେମ୍ବର ବଳିରାମ ଭତ୍ରା, ଭୁଜବଳ ଗୌଡ଼,ଧନିରାମ ପନକା,କୁମ ଭତ୍ରା,କମଳ ଭତ୍ରା,ଲଚନମନ ଗୌଡ଼,,ମାଧବ ପୂଜାରୀ,ଜଗବନ୍ଧୁ ପୂଜାରୀ,ଧନେର ଭତ୍ରା,ଚୈତନ୍ୟ ଭତ୍ରା,ସାନୁ ଭତ୍ରା,କମଳଚନ ପନକା,ଲଖି ଭତ୍ରା,ଚଇନୁ ଭତ୍ରା,ସାଧୁ ଭତ୍ରା,ଡମୁ ଶବର,ସଂଗ୍ରାମ ଭତ୍ରା,ଶଙ୍କର ପୂଜାରୀ,ଉଗ୍ରେ ଭତ୍ରା,ବଳି ଯାନୀ,କେଶବ ଯାନୀ, ତିନି ଗ୍ରାମର ଭଦ୍ର ବ୍ୟକ୍ତି ଏବଂ ସମାଜସେବୀ,ପ୍ରମୁଖ ମାନେ ଉପସ୍ଥିତ ରହିଥିଲେ |