Hot Posts

6/recent/ticker-posts

ସ୍ବାମୀ ମୁକୁନ୍ଦାନନ୍ଦ ଙ୍କ ଲାଇଫ ଟ୍ରାନ୍ସମେସନ କାର୍ଯ୍ୟକ୍ରମ

କଳାହାଣ୍ଡି, ୨୮/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦଜୀ ମହାରାଜଙ୍କ ଦୁଇ ଦିନିଆ ଲାଇଫ ଟ୍ରାନ୍ସମେସନ କାର୍ଯ୍ୟକ୍ରମ ଭବାନୀପାଟଣା ଟାଉନ୍ ହଲ ଠାରେ ଆୟୋଜିତ ହୋଇଥିଲା। ୨୭ ତାରିଖ ପ୍ରଥମ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ , ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକା ନନ୍ଦ ମହାନନ୍ଦ ଓ ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠି ଅତିଥି ଭାବରେ ଯୋଗ ଦେଇ ସ୍ବାମୀଜୀଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସ୍ୱାମୀଜୀ ସ୍ଵ ଲିଖିତ "ଇସାବାଷ୍ୟ ଉପନିଷଦ" ଓ "ନାରଦ ଭକ୍ତି ସୂତ୍ର" ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଆଧ୍ୟାତ୍ମିକ ଜ୍ଞାନ ଜୀବନରେ ସଫଳତା ପାଇଁ ଅତ୍ୟନ୍ତ ସହାୟକ ହୋଇଥାଏ। ଏହା ସ୍ୱାମୀଜୀ ତାଙ୍କ ପ୍ରବଚନରେ ବୁଝାଇଥିଲେ। ସ୍ୱାମୀଜୀ ଜଗଦଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କର ଏକ ବରିଷ୍ଠ ପ୍ରଚାରକ ଅଟନ୍ତି। ସନାତନ ଧର୍ମର ପ୍ରକୃତ ଅର୍ଥ ସାଧାରଣ ଜୀବନରେ ତାଙ୍କ ଆବଶ୍ୟକତା, ଶାନ୍ତି ଓ ସୁଖମୟ ଜୀବନ ଯାପନ କରିବା ପାଇଁ ଆଧ୍ୟାତ୍ମିକ ମାର୍ଗର ଉପାଦାୟତା ଉପରେ ଆଲୋକପାତ କରିଥିଲେ। ଦ୍ଵିତୀୟ ସନ୍ଧ୍ୟା ରେ ଭବାନୀପାଟଣା ତହସିଲଦାର କ୍ଷିରୋଦ ନାଗ ଅତିଥି ଭାବେ ଯୋଗ ଦେଇଥିଲେ। ରାଧା ଗୋବିନ୍ଦ ଧାମ ଭବାନୀପାଟଣାର ସଭାପତି ଅଜୟ ମାଥୁର , ସମ୍ପାଦକ ଧର୍ମେନ୍ଦ୍ର ପ୍ରଧାନ, ଯୁଗ୍ମ ସଭାପତି କନ୍ଦର୍ପ ସାହୁ, କୋଷାଧ୍ୟକ୍ଷ କୁରୁକ୍ଷେତ୍ର ବାଗ, ସଦସ୍ୟ ଲିଙ୍ଗରାଜ ପ୍ରଧାନ, ଦିଲ୍ଲୀପ ପ୍ରହରାଜ, ଚିନ୍ମୟ ଗୌଡ଼ ଏବଂ ସମସ୍ତ ରାଧା ଗୋବିନ୍ଦ ଧାମର ସତସଙ୍ଗି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇଥିଲେ। ଦୁଇ ଦିନ ଧରି ଶହ ଶହ ଶ୍ରଦ୍ଧାଳୁ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମକୁ ଶ୍ରବଣ କରିଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧୂ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ