ଗୋଟିଏ ବୋର୍ଡରେ ଦୁଇଟି ସୂଚନା ଫଳକ; ସରକାରୀ ଅର୍ଥ ଆତ୍ମସାତ କରିବାକୁ ଉଦ୍ୟମ
ଝରିଗାଁ, ୦୫/୦୨ ( ନକୁଳ ଭତ୍ରା ) : ସରକାର ଗୋଟିଏ ବୋର୍ଡରେ ଗୋଟିଏ ସୂଚନା ଫଳକ ଲେଖିବା ପାଇଁ ନିର୍ଦ୍ଧିଷ୍ଟ ନିୟମ ଜାରି କରିଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଟିଗୁଡ଼ା ପଞ୍ଚାୟତ ଚାଟିଗୁଡ଼ା ଗ୍ରାମରେ ।ଗ୍ରାମରେ ଗୋଟିଏ ବୋର୍ଡରେ ଦୁଇଟି କାମର ସୂଚନା ଫଳକ ଲେଖା ଯାଇଥିବାର ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଚାଟିଗୁଡ଼ା ଗ୍ରାମରେ ଆର୍ଥିକ ବର୍ଷ ୨୦୨୫-୨୦୨୬ ମସିହାରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ନବରଙ୍ଗପୁର ଦ୍ଵାରା 15th ସିଫସି ଯୋଜନରେ ଗବର୍ଦ୍ଧନ ଘର ଠାରେ ପକ୍କା ଡ୍ରେନ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୧ ଲକ୍ଷ ଟଙ୍କା ଓ ଚାଟିଗୁଡ଼ା ଆଦିବାସୀ ଠାରେ ପକ୍କା ନାଳ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୯୦ ହଜାର ଟଙ୍କା ରହିଛି । ତେବେ ଏହି ଦୁଇଟି କାର୍ଯ୍ୟ ଗୋଟିଏ ଜାଗାରେ ନିର୍ମାଣ ହୋଇଥିବା ଗୋଟିଏ ବୋର୍ଡରେ ଆଗପଛ କରି ସୂଚନା ଫଳକ ଲଗେଇ ଦର୍ଶାଯାଇଛି । ଦୁଇଟି କାମ ଗୋଟିଏ ସ୍ଥାନରେ ହୋଇଛି ଯଦି ଦୁଇଟି ସୂଚନା ଫଳକ ଲାଗିବା କଥା କିନ୍ତୁ ଗୋଟିଏ ବୋର୍ଡରେ ଦୁଇଟି ସୂଚନା ଫଳକ ସମସ୍ତଙ୍କୁ ଚକିତ କରିଛି । ଗୋଟିଏ କାମ ଜାଗାରେ ଦୁଇଟି ଫଳକ ଲଗେଇ, ବିଲ କରି ସରକାରୀ ଅର୍ଥ ଚଲୁ କରିବାକୁ ଉଦ୍ୟମ କରାଯାଉଥିବା ନେଇ ଆଲୋଚନା ହେଉଛି । କାର୍ଯ୍ୟନିର୍ବାହୀ ବ୍ଲକ ବିଭାଗୀୟ ରହିଥିବାବେଳେ ବିଭାଗୀୟ ଯନ୍ତ୍ରୀଙ୍କ ସମେତ ପଞ୍ଚାୟତ କର୍ତ୍ତୃପକ୍ଷ ଠିକାଦାର ସହିତ ସହଭାଗିତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରାଯାଇଥିଲେ ଫୋନ ଉଠେଇ ନଥିଲେ । ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀଙ୍କୁ ପଚାରିବାରୁ କୌଣସି ଉତ୍ତର ରଖିପାରିନଥିଲେ । ତେଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।