ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
କଳାହାଣ୍ଡି, ୧୫/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି, ମୁକ ବଧିର କାନ ଆଖି ମାନସିକ ଓ ୨୮ ଜଣ ଅତ୍ୟାଧୁନିକ ପୁନର୍ବାସ ତଥା ହାତ ଗୋଡ଼ ନ ଥିବା ଲୋକଙ୍କ ପାଇଁ ମାଗଣାରେ ହାତ ଗୋଡ଼ ଲଗାଇବା ପାଇଁ ଆବେଦନ ସହ ସର୍ବମୋଟ ୨୮୨ ଜଣ ପଞ୍ଜିକରଣ କରିଛନ୍ତି, ତୁରନ୍ତ ସ୍ଥାନ ରେ ହି ପ୍ରାୟ ଲୋକଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର, ଟ୍ରେନ ଓ ବସ ପାସ ପ୍ରଦାନ କରାଗଲା, ଶିବିର ରେ ମୁଖ୍ୟ ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ବିଡ଼ିଓ ଶ୍ରୀ ତ୍ରିପୁର ମହାନନ୍ଦ, ସରପଞ୍ଚ ଶ୍ରୀମତୀ ପିଙ୍କି ତାଣ୍ଡି, ସମିତି ସଭ୍ୟା ଶ୍ରୀମତୀ ମିନା ମହାନନ୍ଦ, ବିଏସଏସଓ ଶ୍ରୀ ଚନ୍ଦ୍ର ହାସ୍ୟ ବିହାରୀ,ଶ୍ରୀ ବୈକୁଣ୍ଠ ବାଗ, ଶ୍ରୀ ଜୟନ୍ତ କୁମାର ସିଂ,ଶ୍ରୀ ଶ୍ୟାମ ଅଗ୍ରୱାଳ, ଶ୍ରୀ ଜୟ କୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ମାନନୀୟ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜୀ ଓ ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି ଜୀ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ବହୁତ ଗୁଡ଼ାଏ ଯୋଜନା କରି ଏବେ ଗାଁ ଗାଁ ରେ ଏହି ଶିବିର କରିବା ପାଇଁ ନିର୍ଦେଶ କରିଛନ୍ତି