‘‘ନଗେନ୍ଦ୍ରହାରାୟ ତ୍ରିଲୋଚନାୟ ଭସ୍ମାଂୟଗରାଗାୟ ମହେଶ୍ବରାୟ ନିତ୍ୟାୟ ଶୁଦ୍ଧାୟ ଦିଗଂବରାୟ ତସ୍ମୈ ନ କାରାୟ ନମଃ ଶିବାୟ’’
ଝରିଗାଁ, ୧୫/୦୨ (ନକୁଳ ଭତରା) : ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡ଼ା ଗ୍ରାମ ପଞ୍ଚାୟତର ବିଜାପୁର ଠାରେ ବିରାଜିତ ଶ୍ରୀ ଶ୍ରୀ ରାମଲିଙ୍ଗେଶ୍ବର ଜୀଉ ମନ୍ଦିର ରେ ଚଳିତ ବର୍ଷ ମହାଶିବରାତ୍ରି ଓ ଜାଗର ଯାତ୍ରା ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଆଦିବାସୀ ପରମ୍ପରା ସଂସ୍କୃତି ଅନୁଯାୟୀ ଏହି ପ୍ରଭୁ ରାମଲିଙ୍ଗେଶ୍ବର ଜୀଉ ନାମରେ ପୂଜା ପାଉଛନ୍ତି। ଦେବାଧିଦେବ ମହାଦେବଙ୍କ ଉପରେ ଭକ୍ତି ଆରାଧନା ସହ ଆସ୍ଥା ଓ ବିଶ୍ୱାସ କୃପା ଲାଭ କରିବା ପାଇଁ ଆଜି ଭୋର ସକାଳୁ ଶ୍ରଦ୍ଧାଳୁମାନଙ୍କ ଜନ ସମାଗମ ହୋଇଥିଲା। ବିଜାପୁର ଗ୍ରାମରେ ଆଖ ପାଖ ଅଞ୍ଚଳରୁ ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ରାମଲିଙ୍ଗେଶ୍ବର ପ୍ରଭୁଙ୍କର ଦିବ୍ୟ ଦର୍ଶନ କରିପାରିବେ ଏବଂ ଭକ୍ତମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପୋଲିସ ବାହିନୀ ମାନଙ୍କର ସହଯୋଗ ଓ ରାମଲିଙ୍ଗେଶ୍ବର ଯୁବକ ସଂଘ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶିବରାତ୍ରୀ ଜାଗର ଯାତ୍ରା ଅବସରରେ ମନୋରଞ୍ଜନ ସକାଶେ ‘ସାମାଜିକ ନାଟକର’ ଆୟୋଜନ