କୋରାପୁଟ, ୨୭/୦୨ ( ଗୁପ୍ତ ପ୍ରସାଦ ପତ୍ରିକା ) : ଆଜି ତାରିଖ ୨୭.୦୨.୨୦୨୬ ପୂର୍ବାହ୍ନ ୧୦.୦୦ ଘଟିକାରେ, ଜିଲ୍ଲା ପ୍ରଶାସନ, କୋରାପୁଟ ଦ୍ଵାରା ଜୟପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଓ ଷ୍ଟାଡିୟମ୍ ରେ “ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା – ଦିବ୍ୟାଙ୍ଗପିଲାଙ୍କ ନିମନ୍ତେ” ସଫଳତାର ସହ ଆୟୋଜିତ ହୋଇଥିଲା। ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ. ତାରା ପ୍ରସାଦ ବାହିନୀପତି ଯୋଗଦେଇ କ୍ରୀଡାର ମାଧ୍ୟମରେ ଦିବ୍ୟାଙ୍ଗପିଲାଙ୍କ ମନୋବଳ ବୃଦ୍ଧି ଓ ସାମାଜିକ ସମାବେଶୀକରଣର ଗୁରୁତ୍ୱ ବିଷୟରେ ମତପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜୟପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ. ତିଳୋ ତ୍ତମା ମୁଦୁଲି, ଜୟପୁର ପୌରପାଳିକା ପୌରୋଧକ୍ଷ ଶ୍ରୀଯୁକ୍ତ. ନରେନ୍ଦ୍ର କୁମାର ମହାନ୍ତି ଓ ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ. ଶକ୍ତି ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ପ୍ରାୟ ୨୬୦ ଜଣ ଦିବ୍ୟାଙ୍ଗ ପିଲାମାନେ ଏହି କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପରିଚାଳନା ଓ ସମନ୍ୱୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ. ତରୁଣ ତପନ ପ୍ରହରାଜଙ୍କ ନେତୃତ୍ୱରେ କରାଯାଇଥିଲା। ଉପବିଭାଗୀୟ ସାମାଜିକ ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଜୟପୁର ଶ୍ରୀମତୀ.ସୌଦାମିନୀ ପ୍ରଧାନ ଏବଂ କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ. ଆହାନା ବୈଦଙ୍କ ସହ ସମ୍ପୃକ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସଫଳ କରିବାରେ ମୂଲ୍ୟବାନ ଭୂମିକା ନିଵାହ କରିଥିଲେ । ସମାପନୀ ଅବସରରେ ପି.ଏ., ଆଇ.ଟି.ଡି.ଏ. ଜୟପୁର, ଶ୍ରୀମତୀ. ତୃପ୍ତି ବରେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଓ ଦିବ୍ୟାଙ୍ଗପିଲାଙ୍କ ଉନ୍ନତି ପାଇଁ ପ୍ରଶାସନର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ।
ଜୟପୁର ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ,NABADUTA NEWS .ODISHA




