Hot Posts

6/recent/ticker-posts

ଆଦର୍ଶଶିକ୍ଷକଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା

ବରୀ, ୨୨/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଭଅଁରା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଓ ସାହିତ୍ୟିକ ସ୍ୱର୍ଗତ ଶ୍ୟାମସୁନ୍ଦର ବାରିକଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସମାରୋହ ଅନୁଷ୍ଠିତ ହୋଇଥିଲା l ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ଦେବ ପ୍ରସାଦ ସାମଲଙ୍କ ସଭାପତିତ୍ୱରେ ଶିକ୍ଷକନେତା ନରେନ୍ଦ୍ର କୁମାର ପଣ୍ଡା, ଅବସପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ଜେନା, ଅକ୍ଷୟ କୁମାର ଷଡ଼ଙ୍ଗୀ, ବିଜୟ କୁମାର ଜେନା, ସୀତାକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ ପ୍ରଦୀପ ପ୍ରଜ୍ବଳନ କରି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ୨ ମିନିଟ ନୀରବ ପ୍ରର୍ଥନା କରିଥିଲେ l ସ୍ୱର୍ଗତ ଶ୍ୟାମ ସୁନ୍ଦର ବାରିକ ଏକା ଧାରାରେ ଜଣେ ଆଦର୍ଶ ଶିକ୍ଷକ, କବିରାଜି, ସାହିତ୍ୟକ ଓ ବହୁମୁଖୀ ପ୍ରତିଭାର ବ୍ୟକ୍ତି ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଏହି ଅବସର ରେ 'ସ୍ମୃତି ରେ ଶ୍ୟାମ ସାର ' ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା l ଛାତ୍ର ଜତିକୃଷ୍ଣ ଓଝା ଶ୍ଳୋକ ଆବୃତି କରିଥିବା ବେଳେ ନରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟ୍ୟରେ ଛାତ୍ର ମହେଶ୍ୱର ପଳାଇ, ଜଳଧର ସେନାପତି, ପ୍ରଫୁଲ କୁମାର ଓଝା, ନଟବର ଜେନା, ଗୋପବନ୍ଧୁ ନାୟକ, ରାଜେନ୍ଦ୍ର କୁମାର ଶୁକ୍ଳ, ସନ୍ତୋଷ କୁମାର ବିଶ୍ୱାଳ, ବିଜୟ କୁମାର ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ କାମଦେବ ବିଶ୍ୱାଳ,ରତ୍ନାକର ପଳାଇ, ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ବିହାରୀ, ପୂର୍ଣ୍ଣ ଚନ୍ଦ୍ର ଷଡ଼ଙ୍ଗୀ, ଆଇନୀଜୀବି ଶ୍ରୀକାନ୍ତ ଷଡଙ୍ଗୀ, ସୁବାଷ ଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ସୁକାନ୍ତ ବିଶ୍ୱାଳ, ଗ୍ୟାନ ରଞ୍ଜନ ଧଳ, ସଞ୍ଜୟ କୁମାର ଜେନା, ବିଜୟ କୁମାର ଓଝା, ଶରତ ଚନ୍ଦ୍ର ଜେନା, ଦୀନ ବନ୍ଧୁ ସେଠି, ଜୟ କୃଷ୍ଣ ଓଝା, ବାନେଶ୍ଵର ତ୍ରିପାଠୀ,ଅଜୟ କୁମାର ଜେନା, ନିରଞ୍ଜନ ଜେନା, ପୁରାତନ ଛାତ୍ର ଓ ଏହି ଛାତ୍ରୀ ତାଙ୍କର ସାଙ୍ଗ ସାଥୀ ସମ ସାମୟିକ ବ୍ୟକ୍ତି ବିଶେଷ ଓ ପରିବାର ବର୍ଗ ଯୋଗଦାନ କରି ସ୍ୱର୍ଗତ ଶ୍ୟାମ ସାର ଙ୍କ ବହୁମୁଖୀ ପ୍ରତିଭା ଥିବା ଗୁଣଗାନ କରିଥିଲେ l ଏହି ଅବସର ରେ କେତେ ଅବସରପ୍ରାପ୍ତ ଶିକ୍ଷକ, ସାମ୍ବାଦିକ, ପୁରାତନ ଛାତ୍ର ଓ ବୁଦ୍ଧିଜୀବି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ପୁରାତନ ଛାତ୍ର ବିଶ୍ଵଭୂଷଣ ଜେନା ଧନ୍ୟବାଦ ଦେଇଥିଲେ