Hot Posts

6/recent/ticker-posts

ପଦ୍ମପୁର କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୬ ଅନୁଷ୍ଠିତ

ପଦ୍ମପୁର, ୧୩/୦୨ ( ଆଶିଷ କୁମାର ଭୋଇ ) : ପଦ୍ମପୁର ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ପଡ଼ିଆରେ ପଦ୍ମପୁର ସ୍ପୋର୍ଟ୍ସ ଏସୋସିଏସନ ଦ୍ୱାର ଆୟୋଜିତ ପଦ୍ମପୁର କପ ଫୁଟବଲ ଏସୋସିଏସନ ସଭାପତି ଡ଼ା ପ୍ରଭାତ ନାରାୟଣ ତ୍ରିପାଠୀ ଙ୍କ ଦ୍ୱାର ଉଦ୍ଘାଟନ ହୋଇଯାଇଛି l ଆଜିର ଅନୁଷ୍ଠିତ ପ୍ରଥମ ଦିନର ପ୍ରଥମ ମ୍ୟାଚ ପଦ୍ମପୁର ଦଲ ଓ ସାରଙ୍ଗଗଡ଼ ସୂଲେନି (ଛତିଶଗଡ ) ଦଳକୁ ୫-୧ ଗୋଲ ରେ ପରାସ୍ତ କରିଥିଲେ l ଖେଳର ପ୍ରଥମାଦ୍ଧ ରେ ପଦ୍ମପୁର ଦଳ ପକ୍ଷରୁ ପପୁ ମାଝୀ, ଲକି ଜାଲ ୨୧ ମି, ଅଜିତ ଭୋଇ ୨୮ ମି,ଅଜିତ ନେଗୀ ୩୧ ମିନିଟ ରେ ଗୋଲ ଦେଇଥିଲେ l ପ୍ରଥମ ମ୍ୟାଚ ରେ ପଦ୍ମପୁର ଦଳ ର ପପୁ ମାଝୀ କୁ ମ୍ୟାନ ଅଫଦ ମ୍ୟାଚ ଘୋଷିତ କରାଯାଇ ଆଜିର ବରିଷ୍ଠ ଫୁଟବଲ ଖେଳାଳି ଙ୍କ ତଥା ଆଇନଜୀବି ନନ୍ଦକିଶୋର ମାଝୀ ଙ୍କ ଦ୍ୱାର ପୁରୁସ୍କୃତ ଦେଇଥିଲେ l ଦ୍ଵିତୀୟ ମ୍ୟାଚ ରେ ଫୁଲବାଣୀ ସ୍ପୋର୍ଟ୍ସ ହଷ୍ଟେଲ ଦଳ ଓ ରାୟପୁର ଦଳ କୁ ୪-୩ ଗୋଲରେ ପରାସ୍ତ କରିଥିଲେ l ଫୁଲବାଣୀ ଦଳ ର ପ୍ରତିକ ଭାତ୍ରା ମ୍ୟାଚ ଅଫ ଦ ମ୍ୟାଚ ଘୋଷିତ କରାଯାଇ ଅତିଥି ବିଶିଷ୍ଟ ଫୁଟବଲ ଖେଳାଳି ନବୀନ ଚନ୍ଦ୍ର ସାହୁ ଙ୍କ ଦ୍ୱାରା ପୁରୁସ୍କୃତ ଦେଇଥିଲେ l ଆଜିର ଉଦ୍ଘାଟନି ମ୍ୟାଚ ରେ କାର୍ଯ୍ୟକାରୀ ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, ପ୍ରମୋଦ ମିଶ୍ର, ନରେଶ ବାରିକ, ନରୋତ୍ତମ ପଧାନ,ପ୍ରଦୀପ ଜାଲ, ସିରେଷ ସାହୁ, ନନ୍ଦକିଶୋର ଧରୁଆ, ବାସୁଦେବ ଦାଶ, ଜୟମାଧବ ଦୋରା, ସଚ୍ଚିଦାନନ୍ଦ ବହିଦାର ଉପସ୍ଥିତ ରହିଥିଲେ l ପ୍ରଶାନ୍ତ ବେହେରା, ସାଧୁ ସେଠ୍ ଦେବାଶିଷ ଦାଶ, ଅଶ୍ୱିନୀ ବେହେରା, ନୀଳ ନାୟକ, ପ୍ରଦୀପ ରାଜହଂସ, ବିଦେଶୀ ସାହୁ, ଓ ଚନ୍ଦ୍ରମଣି ସାହୁ ଖେଳ ପରିଚାଳନା କରିଥିଲେ l




ବରଗଡ଼ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ