Hot Posts

6/recent/ticker-posts

ସାହିତ୍ୟମନସ୍କ ଶ୍ୟାମ ସୁନ୍ଦର

ବରୀ, ୧୦/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଭଅଁରା ପଞ୍ଚାୟତ ନଦୀନାଳ ଘେରା ଭଅଁରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ଯାମ ସୁନ୍ଦର ବାରିକ । ବୟସ ୭୯ । ବିଏ ପାସ କରିବା ପରେ ସେ କରିଥିଲେ ଶିକ୍ଷକତା । ତେବେ ସାହିତ୍ୟ ସାଧନା ଥୁଲା ତାଙ୍କର ନିଶା । । ଅଷ୍ଟମ ଶ୍ରେଣୀରେ ฉเว ପଢିବା ବେଳେ ସାହିତ୍ୟରେ ତାଙ୍କର ପ୍ରବେଶ ହୋଇଥିଲା। ୧୯୮୦ ମସିହାରେ ତାଙ୍କର ପ୍ରଥମ କବିତା ସକଳ୍ପନ ‘ମଧୁ ମାଳତୀର ସ୍ୱପ୍ନ’ପ୍ରକାଶ ପାଇଥିଲା । ତାଙ୍କର ବହି ପଢିବା ଓ କିଣିବାର ପ୍ରବଳ ବଳ ନିଶାଥ୍‌ଲା ଲା । ବିଭିନ୍ନ ବହି ଦୋକାନ ଠାରୁ ଆରମ୍ଭ କରି ପୁସ୍ତକ ମେଳାରୁ ସେ ବହି କିଣୁଥିଲେ। ତାଙ୍କ ଘର ନିକଟରେ ୨ଟି ନଦୀ ପ୍ରବାହିତ ହେଉଛି । ଗୋଟେ ପଟେ ଖରସ୍ରୋତା ଅନ୍ୟ ପଟେ ତନ୍ତୀଘାଇ ନଦୀ। ସେଇ ନଦୀ ଓ ପ୍ରକୃତି ତାଙ୍କୁ କବିତା ରଚନା ପାଇଁ ପ୍ରେରିତ କରୁଥିଲା। ବିଭିନ୍ନ ସାହିତ୍ୟ ସଭାରେ ମଧ୍ୟ ସେ ଯୋ ଯାଗଦାନ କରୁଥିଲେ । ସେ ଜଣେ କବିରାଜ ศย ଥିଲେ । ତାଙ୍କ ଔଷଧରେ ଅନେକଦ୍ଦ ନଙ୍କ ରୋଗ ଭଲ ହେଇଯାଇଥିଲା। ନିଜର ସାହିତ୍ୟିକ କୃତୀ ପାଇଁ ସେ ଭୂମିପୁତ୍ର ସାହିତ୍ୟ ସମାଜ କଳ କଲ୍ୟାଣ ପରିଷଦ, ଦ, ଭଅଁରା, ଜଗନ୍ନାଥ ସଂସ୍କୃତିକ ପରିଷଦ ବରୀ, ଗୋପବନ୍ଧୁ ଚୌଧୁରୀ ସ୍ମୃତି ସଂସଦ, ଅଖଳ ଚକ୍ର ପତ୍ରିକା ପକ୍ଷରୁ ବିଭିନ୍ନ ସମ୍ମାନରେ ସେ ସମ୍ମାନିତ ହେଇଥିଲେ । ଆଗକୁ ତାଙ୍କର ୨ ପୁସ୍ତକ ଉନ୍ମୋଚନ ଅପେକ୍ଷାରେ ରହିଛି । ସେ ଜଣେ ମାଟି ମନସ୍କ ବ୍ୟକ୍ତି। ନିଜ ଗାଁ ମାଟିରେ ଶିକ୍ଷକତା ତା ସହିତ ସାହିତ୍ୟ ସାଧନାରେ ବୁଡି ରହିଥିଲେ । ଅବସରେ ପରେ ସେ ଲେଖା ଲେଖୁ ସହିତ ଖବର କାଗଜ, ବହି ପଢାପଢିରେ ସମୟ ଅତିବାହିତ କରୁଛନ୍ତି ।