Hot Posts

6/recent/ticker-posts

କୁଇ ସମାଜ ଯୁବ ପରିଷଦ କନ୍ଧମାଳ ପକ୍ଷରୁ ୪ର୍ଥ ବାର୍ଷିକ ବନ୍ଧୁମିଳନ

କନ୍ଧମାଳ ୯/୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତ ଅନ୍ତର୍ଗତ ଝୁଲାପୋଲ ନିକଟରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ପକ୍ଷରୁ ତା- ୮/୨/୨୦୨୬ ରବିବାର ଦିନ ୪ର୍ଥ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବଟି କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସାଧାରଣ ସମ୍ପାଦକ ଶ୍ରୀ ଅଚ୍ୟୁତ ଜାନୀଙ୍କ ପ୍ରୟାସରେ ଆୟୋଜନ କରାଯାଇଥିବା ବେଳେ ଏହାର ନେତୃତ୍ୱ କୋଷାଧ୍ୟକ୍ଷ ଶ୍ରୀ ଭାବିନ୍ଦ୍ର କହଁର ନେଇଥିଲେ । ଏଥିରେ କୁଇ ସମାଜର କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ଯୁବତୀ ଓ ଗୁରୁଜନ ମାନେ ଯୋଗ ଦେଇଥିଲେ । ପ୍ରଥମେ ନିଜ ନିଜ ପରିଚୟ ଆଦାନ ପ୍ରଦାନ କରିଥିଲେ । ତାପରେ କୁଇଭାଷା ସାହିତ୍ୟ ସମିତି ଉପସଭାପତି ତଥା କବୟିତ୍ରୀ ଗୀତାଞଳୀ ଦେହୁରୀ ଓ ବାଲିଗୁଡା ଶ୍ରୀକାନ୍ତ ମଲିକ ସ୍ୱରଚିତ କବିତା ପଠନ କରିଥିଲେ । କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତ ଗୁଡିକରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ସଂଗଠନ ଗଠନ କରାଯାଇ ସଚେତନତା କରାଯିବ ଏବଂ କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ସଂଗଠନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ସେଥିପାଇଁ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଆଦିବାସୀ ମହାସଂଘ (AMO)କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ମନୋଜ କୁମାର ପ୍ରଧାନ ଓ କୋଟଗଡ ବ୍ଲକ କୁଇକୁଳ ସେବା ସମିତି ବରିଷ୍ଠ କାର୍ଯ୍ୟକାର୍ତ୍ତା ଶ୍ରୀ ମାଧବ ପ୍ରଧାନଙ୍କ ଦିଗଦର୍ଶନ ଓ କୁଇ ସମାଜର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟାନ୍ୟ ବର୍ଗର ଲୋକ ମାନେ ଆଦିବାସୀ ମାନ୍ୟତା ନେବା ପାଇଁ ଗୁପ୍ତ ଭାବେ ପ୍ରୟାସ ଚଳାଇ ଥିବାରୁ ଏହିପରି ହୀନ ପ୍ରୟାସ ଓ ଜିଲ୍ଲା ପ୍ରଶାସନ ଆଦିବାସୀ ମାନଙ୍କ ଦ୍ୱାରା ଦଖଲ ଜମିକୁ ବିନା ଅବଗତରେ ଅନ୍ୟମାନଙ୍କୁ ହସ୍ତାନ୍ତର କରୁଥିବାରୁ କୁଇ ସମାଜର ନେତୃତ୍ବ ବୃନ୍ଦ ଉଦବେଗ ପ୍ରକାଶ କରିଥିଲେ ‌। ପ୍ରଶାସନ ଏଥିରୁ ଯଦି ନିବୃତ ନ ରହନ୍ତି ତେବେ ଆଗାମୀ ଦିନରେ କୁଇ ସମାଜ ରାଜରାସ୍ତାକୁ ଓହ୍ଲାଇବିକୁ ବାଧ୍ୟ ହେବ ବୋଲି ପ୍ରକାଶ କରିଥିଲେ। କୁଇ ରୀତିନୀତି ପରମ୍ପରା ବେଶ ଭୂଷାକୁ ବଜାୟୀ ରଖିଥିବା ଉଦେଶ୍ୟରେ ଶ୍ରୀମତୀ କୁନ୍ତିନୀ ମଲିକଙ୍କୁ ସମ୍ମାନ ଫଳକ ଦ୍ୱାରା ସମ୍ମାନୀତ କରାଯାଇଥିଲା ।ଏଥିରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ କ୍ରୀଡା ସଭାପତି ସୁଜିତ କୁମାର ମଲ୍ଲିକ, ସହ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, କ୍ରୀଡା କୋଷାଧ୍ୟକ୍ଷ ନର୍ସିବ ମଲିକ, ଆଦିବାସୀ ମହାସଂଘ କନ୍ଧମାଳ ସଭାପତି ଶ୍ରୀ ମନୋଜ କୁମାର ପ୍ରଧାନ, ଯୁବ କ୍ରୀଡା ସହ ସମ୍ପାଦକ ବୁଲୁ ମଲିକ, ଖଜୁରୀପଡ଼ା ବ୍ଲକ କୋଡିନେଟର ସୁବଳ ଦେହୁରୀ,କୋଟଗଡ ବ୍ଲକ କୁଇକୁଳ ସେବା ସମିତି ବରିଷ୍ଠ କାର୍ଯ୍ୟକର୍ତ୍ତା ମାଧବ ପ୍ରଧାନ, ତୁମ୍ବୁଡି ବନ୍ଧ ବ୍ଲକ ଯୁବରାଜ ପାଟ ମାଝୀ, ଶ୍ରୀକାନ୍ତ ମଲିକ, କୁଇ କବି ପ୍ରଦୀପ କହଁର, ସିଦ୍ଧେଶ୍ୱର ମଲିକ,ଦୟାନିଧି ମଲିକ,କ ନୂଆଁ ଗାଁ କୁନ୍ତିନୀ ମଲିକ, ଲାଇନ୍ ପଡା ଯୁବ ମୁଖ୍ୟ ଉପଦେଷ୍ଟା ଅଗସ୍ତି କୁମାର ମଲ୍ଲିକ, ସମ୍ପାଦକ ଶ୍ରବଣ କହଁର ଶଙ୍କରାଖୋଲ ସାମ୍ବାଦିକ ବାଳକୃଷ୍ଣ କହଁର ଯୋଗଦେଇ ଥିଲେ । ଏଥିରେ ବାଲିଗୁଡା ବ୍ଲକ ସମ୍ପାଦକ ରାଜେଶ ମଲିକ ଓ ଶ୍ୟାମସିଂ ମଲିକ ସମ୍ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଯୁବ ସମାଜ ସେବୀ ଶ୍ରୀ ବୁଲୁ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।