Hot Posts

6/recent/ticker-posts

ଇକୋ ଟୋ୍ରିଜିମ ମାଲକେନ ଡ୍ୟାମ ଠାରେ ଏକ ପ୍ରକୃତି ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, ୨୬/୦୨ ( ଭାଗିରଥି ଭୋଇ ) : ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀବିକାଶ ଭାଙ୍ଗମୁଣ୍ଡା ବେହେରାମୁଣ୍ଡା ଛକ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଇକୋ ଟୋ୍ରିଜିମ ମାଲକେନ ଡ୍ୟାମ ଠାରେ ଏକ ପ୍ରକୃତି ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି / ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ପ୍ରଧାନଶିକ୍ଷକ ରୁକ୍ମଣ ଦିଶ୍ରୀ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ବିଦ୍ୟାଳୟ ର ପ୍ରାୟ ଷାଠିଏ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ / ଇକୋ କ୍ଲବ ର ମୁଖ୍ୟ ଧନଞ୍ଜୟ ଭୋଇ ଓ ରାକେଶ ପୁରୋହିତ ଙ୍କ ନିରୀକ୍ଷଣ ରେ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଛେଲିଆ ପୋଢ଼ ସାଧନ କର୍ମୀ ଭାବେ ଯୋଗଦାନ କରି ବିଭିନ୍ନ ବୃକ୍ଷ ଲତା ସହ ଛାତ୍ର ଛାତ୍ରୀ ଙ୍କ ସହ ପରିଚୟ କରିବା ସହ ତାହା ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ / ଏଠି ଥିବା ପ୍ରକୃତି ନିବାସ ରେ ବିଭିନ୍ନ ପ୍ରାଣୀ ଓ ଡ୍ୟାମ ଙ୍କୁ ଆସୁଥିବା ପକ୍ଷୀ ଙ୍କ ଙ୍କ ସୁରକ୍ଷା ପାଇଁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ / କଟାବହାଲ ର ଇଂରାଜୀ ଶିକ୍ଷକ ତଥା ପ୍ରକୃତିବନ୍ଧୁ ବିପିନ ବିହାରୀ ନନ୍ଦ ବ୍ୟାପକ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ / ନେତାଜୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଦର୍ଶନ ବାରିକ ଚାରାରୋପଣ କରିବାକୁ ଉପଦେଶ ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ଜନସାଧାରଣ ଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ / ପରେ କଟାବହାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ଛେଲିଆ ପୋଢ଼ ବିଜୟ ଦେବତା ଅନଙ୍ଗ ସାହୁ ପରିବେଶ ପ୍ରେମୀ ପ୍ରମୋଦ ସାହୁ କଂଗ୍ରେସ ସାହୁ ନବୀନ ସାହୁ ଯୋଗଦାନ କରି ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଷୟ ରେ ସବିଶେଷ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଜଗନ୍ନାଥ ସାହୁ ଘନଶ୍ୟାମ ପାଣିଗ୍ରାହୀ ଗଙ୍ଗାଧର ସାହୁ ଦୁର୍ବାଦଳ ବୁଡ଼େକ ଗୁଣନିଧି ସାହୁ ବିଶ୍ଵାମିତ୍ର ବନଛୋର ପ୍ରମୁଖ ସହଯୋଗ କରିଥିଲେ l 


ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ