ଆପ୍ରେଚ ରାସ୍ତା ନିର୍ମାଣ ନ ହେବାରୁ ଯାତାୟତ ରେ ବାଧାପ୍ରାପ୍ତ
ବରୀ, ୨୬/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବ୍ରାହ୍ମଣୀ ନଦୀ ଉପରେ ବାଲିକlନ୍ତିଆ ନିକଟରେ ସାରଙ୍ଗପୁର- ବlଇଁଶୀରିଆ ସେତୁ କୋଟି କୋଟି ଟଙ୍କା ର କାର୍ଯ୍ୟ ଚାଲିଥିବା ବେଳେ ଦୁଇ ପାର୍ଶ୍ଵରେ ବାଲିଯୋଗୁ ଅଞ୍ଚଳ ର ଜନ ସାଧାରଣ ଯାତାୟତ ଲାଗି ଘୋର ଅସୁବିଧା ର ସମ୍ମୁଖୀନ ହେlଇଛନ୍ତି l ଫଳରେ ଜନସାଧାରଣ ଙ୍କ ମଧ୍ୟ୍ୟ ରେ ପ୍ରବଳ ଅସନ୍ତୋଷ ଦେଖା ଯାଉଛି l ସରକାର ଙ୍କ ତରଫରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ ଚାଲୁଥିବା ବେଳେ ଆପ୍ରେଚ ନିର୍ମାଣ ହେଇନାହିଁ l ପ୍ରତିଦିନ ଏହି ରାସ୍ତା ଉପରେ ବାଲିଆ, ଇଶାଣ ପୁର, ସ୍ୱାଇଁଖଣ୍ଡ, ବlଇଁଶୀରିଆ, ଭଅଁରା ପଞ୍ଚାୟତର ବହୁ ସଂଖ୍ୟା ରେ ଲୋକମାନେ ବିଭିନ୍ନ କାର୍ଯ୍ୟ ରେ ଯାତାୟତ କରୁଥିବା ବେଳେ l ଏଥିରେ ସାଇକେଲ, ମଟର ସାଇକେଲ, ଚାରିଚକିଆ ଯାନ ଯାତା ୟତ କରିବା କଷ୍ଟ ସାଧ୍ୟ୍ୟହେଇଛି l ତୁରନ୍ତ ଏହି ବାଲି ରାସ୍ତା ଉପରେ ମାଟି ମହରମ ପକାଇ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳ ର ଜନ ସାଧାରଣ ପକ୍ଷରୁ ଦୃଢ଼ ଦାବି ହେଉଛି l ଅନ୍ୟ ପକ୍ଷରେ ସେତୁ କାର୍ଯ୍ୟ ସଠିକ ଡଙ୍ଗରେ ହେଇ ନଥିବା ଅଭିଯୋଗ ହେଉଛି