Hot Posts

6/recent/ticker-posts

୧୯୭୭ ମ୍ୟାଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।

ବରୀ, ୨୫/୦୨ ( ରଂଜିତ ମହାନ୍ତି ) : ଯାଜପୁର ବ୍ଲକ ବନ୍ଧମୁଣ୍ଡାସ୍ଥିତ ମୁରଲୀଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୭୭ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପ୍ରଧାନ ଶିକ୍ଷକ ବାମନ ଚରଣମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତପ୍ରଧାନ ଶିକ୍ଷକ ବସନ୍ତ କୁମାର ଜେନା, ବିଶ୍ବନାଥ ତ୍ରିପାଠୀଓ ସୁରେନ୍ଦ୍ର କୁମାର ଦୋ ବାଇ ଅତିଥି ଭାବରେ ଯୋଗଦେଇଥିଲେ । ସଭା ସଂଯୋଜକ ଓ ସଂଚାଳକ ଭାବରେ ଡ.ଶ୍ରୀନିବାସ ତ୍ରିପାଠୀ, ନିତ୍ୟାନନ୍ଦ ମହାନ୍ତି ଯୋଗ ଦେଇଥିଲେ।ପ୍ରଥମେ ଗୁରୁପୂଜନ ସହିତ ଗୁରୁମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରଦୀପ ନାଥଶର୍ମା, ରବୀନ୍ଦ୍ର ମୁଦୁଲି, ଜଳଧର ପରିଡ଼ା ଓ ବାସୁଦେବଭୂୟାଁ, ଗୋଲେଖ ମିଶ୍ର, ସତ୍ୟାନନ୍ଦମାଟିଆ, ଗୋକୁଳ ଚନ୍ଦ୍ର ଧଳ, ମାନଗୋବିନ୍ଦ ପରିଡ଼ା,ବସନ୍ତ କୁମାର ପରିଡ଼ା, ମୁରଲିଧର ଧଳ, ରୁଦ୍ରପ୍ରତାପନାୟକ, ଜ୍ଞାନବ ରାୟ, ଶରତ କୁମାର ଦାଶ, ପ୍ରଶାନ୍ତକୁମାର ମହାନ୍ତି, ରବିନାରାୟଣ ବିଶ୍ବାଳ, ବିଚିତ୍ରାନନ୍ଦଜେନା, ରବୀନ୍ଦ୍ର ମୁଦୁଲି, ତ୍ରିଲୋଚନ ବିଶ୍ବାଳ, ଗୋବିନ୍ଦପ୍ରଧାନ, ପ୍ରଦୀପ ନାଥ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରେ ଅତିବାହିତ ପୁରୁଣା ସ୍ମୃତି କୁ ମନେପକାଇଥିଲେ। ଗଗନବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।