ବିନା ସୂଚନା ଫଳକ ରେ ଚାଲିଛି ଜାତୀୟ ରାଜପଥ ୨୬ ବାଇପାସ ରାସ୍ତା ନିର୍ମାଣ।
କୋକସରା, ୨୪/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କେସିଙ୍ଗା ଜାତୀୟ ରାଜପଥ ୨୬ ଡିଭିଜନ ଅନ୍ତର୍ଗତ ଜାତୀୟ ରାଜପଥ ୨୬ କୋକସରା ବ୍ଲକ ର ଡଙ୍ଗରିଗୁଡା ଖେଳ ପଡିଆ ରୁ ଚିଲିଗୁଡା ପର୍ଯ୍ୟନ୍ତ ବାଇ ପାସ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତେବେ ଦିର୍ଘ ୧ ବର୍ଷ ରୁ ଉର୍ଦ୍ଧ ହେବ ଏହି ବାଇ ପାସ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ସାଧାରଣ ଲୋକ ଙ୍କ ଅବଗତି ପାଇଁ କୌଣସି ସୂଚନା ଫଳକ ନାହିଁ, କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକ ରେ ଜାରି ରହିଥିବା କେଉଁ ଠିକା ସଂସ୍ଥା କାର୍ଯ୍ୟଭାର ନେଇଛି, କେତେ ଟଙ୍କା ର ଅଟକଳ ବାଇପାସ ରାସ୍ତା ରେ କଣ କଣ ନିର୍ମାଣ ହେବ,କାର୍ଯ୍ୟ ଆରମ୍ଭ, କାର୍ଯ୍ୟ ଶେଷ ସେ ନେଇ ସରକାରୀ ନିୟମ ମୁତାବକ ଲୋକଙ୍କ ପାଇଁ ସୂଚନା ଫଳକ ଲଗାଯିବା କଥା ହେଲେ ଠିକା ସଂସ୍ଥା କିମ୍ଵା ବିଭାଗ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆ ଯାଇନାହିଁ। କାର୍ଯ୍ୟ ସମ୍ପାଦନ ସମୟରେ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତ ରହିବା କଥା, ତେବେ ରାସ୍ତା ନିର୍ମାଣ ସମୟରେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହେଉଛି। ପଡୋଶୀ ରାଜ୍ୟ ଛତିଶଗଡ଼ ର ଏକ ଠିକାସଂସ୍ଥା ନିଜ ମର୍ଜ୍ଜି ମୁତାବକ କାର୍ଯ୍ୟ ସମ୍ପାଦନ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ରେ ବ୍ୟବହୃତ ମେଟାଲ, ଚିପ୍ସ, କ୍ରସର ଗୁଣ୍ଡ,ବାଲି,ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଭାରିଯାନ ରେ ପରିବହନ ସମୟରେ ଧୂଳିଗୁଣ୍ଡ ରେ ଗ୍ରାମବାସୀ ଅତିଷ୍ଠ ହୋଇ ପଡୁଥିବା ବେଳେ ଠିକାସଂସ୍ଥା ସ୍ଥାନୀୟ ଗ୍ରାମବାସୀ ଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହେଉନଥିବା ନେଇ ଚିଲିଗୁଡା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଆମେ କେସିଙ୍ଗା ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀ ତପନ ମହାଳିକ ଙ୍କ ପ୍ରତିକ୍ରିୟା ନେବାରୁ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ବ୍ୟୟ ବରାଦ ଏଗ୍ରିମେଣ୍ଟ ପାଖାପାଖି ୧୬ କୋଟି ରହିଛି, ସୂଚନା ଫଳକ ପୂର୍ବରୁ ଲଗା ଯାଇଥିଲା, ଯଦି ଏବେ ନାହିଁ ତେବେ ଠିକାସଂସ୍ଥା କୁ କହି ଲଗାଯିବ ବୋଳି କହିବା ସହ ଏହି ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ନେଇ କୌଣସି ଅଭିଯୋଗ ଆସିନାହିଁ ଯଦି ଅଭିଯୋଗ ଆସେ ତାହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ