ସରକାର ସରପଞ୍ଚଙ୍କୁ ପକ୍ଷାଘାତ କରିଛି ।
କୋରାପୁଟ, ୦୮/୦୨ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲାର ପ୍ରତ୍ୟେକ ସରପଞ୍ଚ ଙ୍କୁ ସରକାର ପକ୍ଷାଘାତ କରିଛି । ସେମାନେ କେବଳ ନାମରେ ଜୀବିତ କିନ୍ତୁ ପ୍ରକୃତରେ ମୃତ "ମାନେ "ଏହାର ଅର୍ଥ ନାମରେ ସରପଞ୍ଚ କିନ୍ତୁ କ୍ଷମତାହୀନ । ଯେଉଁମାନେ ବିଭିନ୍ନ ଆଶା, ଲକ୍ଷ୍ୟ ଓ ପ୍ରତିଶ୍ରୁତି ଦେଇଥିଲେ ,ତାହା କେବଳ କଥାରେ କଥାରେ ହିଁ ରହିଗଲା । ଏହାର ମୁଖ୍ୟ କାରଣ ହେଲା ସରକାର ସେମାନଙ୍କୁ ଚ୍ୟାରରେ ବସାଇ ଅଠା ଲଗାଇଲା ଭଳିଆ କାର୍ଯ୍ୟ କରିଛି । ପ୍ରକୃତରେ ସରପଞ୍ଚମାନେ ତୃଣମୂଳର ମୂଳଦୁଆ ଅଟନ୍ତି, ମୂଳଦୁଆ ଟଳମଳ ହେଲେ ଭୁଷୁଡି ପଡିବାର ସମ୍ଭାବନା ରହି ଥାଏ । ପ୍ରତ୍ୟେକ ସରପଞ୍ଚ ମାନଙ୍କର ଗୋଟିଏ ଅଭିଯୋଗ ସରକାର ଆମକୁ ଏହି ପାଞ୍ଚ ବର୍ଷ କୌଣସି ସହଯୋଗ କରିନାହିଁ କିମ୍ୱା କୌଣସି ଉଚିତ୍ ରାଶି ପଞ୍ଚାୟତର ଉନ୍ନତି ପାଇଁ ଦେଇ ନାହିଁ ଏବଂ ସରପଞ୍ଚମାନଙ୍କୁ ଅଣଦେଖା କରିବା ସହ ସେମାନଙ୍କର ଅଧିକାରକୁ ଛଡ଼ାଇ ନେଇ ସେମାନଙ୍କୁ ପକ୍ଷାଘାତ କରିଛି । ସରପଞ୍ଚ ପୂର୍ବରେ ଯେପରି କ୍ଷମତାର ସହ କାର୍ଯ୍ୟକରୁଥିଲେ ଓ ପଞ୍ଚାୟତରେ ଥିବା ପ୍ରତ୍ୟେକ ଗ୍ରାମକୁ ଉନ୍ନତ କରିବାରେ ସେମାନଙ୍କ ସକ୍ଷମ ଓ କ୍ଷମତା ଥିଲା କିନ୍ତୁ ବର୍ତ୍ତମାନ ସେମାନେ ସରକାରର କଣ୍ଢେଇ ହୋଇ ଥିବା ଅନେକ ସରପଞ୍ଚ ଅନୁଭବ କରି ପରିପ୍ରକାଶ କରିଛନ୍ତି । ସେମାନଙ୍କର ଗୋଟିଏ ଦାବୀ ଆମେ ଜନପ୍ରତିନିଧି ଲୋକେ ଆମକୁ ନିର୍ବାଚିତ କରି ସରପଞ୍ଚ କଲେ ଆମର ହକ ଓ ଅଧିକାର ଆମକୁ ଦିଆଯାଉ ଓ ଗ୍ରାମ ପଞ୍ଚାୟତର ଉନ୍ନତି ନିମନ୍ତେ ପ୍ରତି ଗ୍ରାମ ପଞ୍ଚାୟତରେ ୭୦ରୁ୮୦ ଲକ୍ଷ ଟଙ୍କା ପ୍ରତି ବର୍ଷ ଦିଆଯାଉ , ଯଦ୍ୱାରା ସମାଜ, ଗ୍ରାମ , ୱାର୍ଡ ଓ ଗ୍ରାମ ପଞ୍ଚାୟତ ଉନ୍ନତି ହେବ, ତୃଣମୂଳରେ ଉନ୍ନତ ହେଲେ ଦେଶ ଉନ୍ନତ ହେବ ।
କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ୍ ନ୍ୟୁଜ୍