Hot Posts

6/recent/ticker-posts

ଉପାନ୍ତ ଅଞ୍ଚଳ କୁ ବିକାଶ ସାତ ସପନ, ଏବେବି ରାସ୍ତା ନ ଥିବାରୁ ବୁହା ହେଉଛନ୍ତି ଗର୍ଭବତୀ ମହିଳା।

କଳାହାଣ୍ଡି, ୧୯/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ସରକାର ପରେ ସରକାର ବଦଳୁଛି, ବଦଳୁଛି ରାଜ୍ୟର ରାଜନୀତି ସମିକରଣ,ଉପାନ୍ତ ଅଞ୍ଚଳ ରେ ବିକାଶ ହେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର, ହେଲେ ଉପାନ୍ତ ଅଞ୍ଚଳ ରେ ସତରେ କଣ ବିକାଶ ପହଞ୍ଚିଛି। ତାର ଏକ ବାସ୍ତବ ଉଦାହରଣ ଏବେବି ରାସ୍ତା ନ ଥିବାରୁ ଭାର ଅବା ବୁହା ହେଉଛନ୍ତି ଗର୍ଭବତୀ ମହିଳା। କୋକସରା ବ୍ଲକ ର ଆମପାଣି ପଞ୍ଚାୟତ ଅଧୀନରେ ରହିଛି କୁଟରୁ ରାଜସ୍ବ ଗ୍ରାମ।ଜାତୀୟ ରାଜପଥ ୨୬ ବିରିମୁହାଣ ଛକ ରୁ ଜଙ୍ଗଲ ର ଅଙ୍କାବଙ୍କା ରାସ୍ତା ଦେଇ ୧୨ କିମି ରାସ୍ତା ଗଲେ ପଡେ ଏହି କୁଟୁରୁ ଗ୍ରାମ। ଏହି ରାଜସ୍ବ ଗ୍ରାମ ରେ ରହିଛି ସର୍ଗିପାନୀ, ଲେକାଆମ, ଗୋଇ ଚଞ୍ଚରା, ଆନ୍ଧି ଝରଣ ଭଳି ଗ୍ରାମ।।ଏହି ସବୁ ଗ୍ରାମ ରେ ରହୁଛନ୍ତି ଆଦିବାସୀ,ହରିଜନ ଜନଜାତି ର ଲୋକେ। ଦିର୍ଘ ଦଶନ୍ଧି ଧରି ଜଙ୍ଗଲ ମଧ୍ୟରେ ବସତି କରି ରହି ଆସୁଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ଗମନାଗମନ, ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟ ଜଳ,ମୋବାଇଲ ନେଟୱର୍କ ଭଳି ମୌଳିକ ଅଧିକାର ରୁ ବଞ୍ଚିତ ରହିଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ସବୁ ଗ୍ରାମ ରହିଥିବା ଯୋଗୁଁ ରାସ୍ତା ନିର୍ମାଣ ରେ ଜଙ୍ଗଲ ବିଭାଗ ର କଟକଣା ବାଧକ ହେଉଥିବା ଜଣାପଡିଛି। ସର୍ଗିପାନୀ ର ଜଣେ ମହିଳା ଙ୍କ ବିଗତ କିଛିମାସ ତଳେ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶା ଦିଦି କୁ ସୂଚନା ଦେଇଥିଲେ, ତେବେ ନେଟୱାର୍କ ସମସ୍ୟା ଥିବାରୁ କେଉଁ ଗଛ ରେ ଚଢି ୧୦୨ ଆମ୍ବୁଲାନ୍ସ କୁ ଖବର ଦେବାପରେ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସିଥିଲା। ହେଲେ ସର୍ଗିପାନୀ ଗାଁ ରୁ ପାଖାପାଖି ୨ କିମି ରାସ୍ତା ଗର୍ଭବତୀ ଙ୍କୁ ବୋହି କରି ଆଣିବାକୁ ପଡିଥିଲା ଓ ଆଣିବା ବାଟରେ ସେ ଏକ ସନ୍ତାନ କୁ ଜନ୍ମ ଦେଇଥିଲେ, ପରେ ତାଙ୍କୁ ଆମ୍ବୁଲାନ୍ସ ରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରାପଡା କୁ ନିଆ ଯାଇଥିଲା। ଏହା କେବଳ ଏକ ଉଦାହରଣ, ସର୍ଗିପାନୀ ଗାଁ ର କଥା ନୁହେଁ, ଏହି ଜଙ୍ଗଲ ମଧ୍ୟରେ ଥିବା ସମସ୍ତ ଗାଁ ର ଗର୍ଭବତୀ ଙ୍କୁ ଏମିତି ବୋହିବା ଘଟଣା ନୂଆ ନୁହେଁ। ଗତକିଛି ଦିନ ତଳେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ କୁଟୁରୁ ଗାଁ ର ବାଲିଯାତ୍ରା କାର୍ଯ୍ୟକ୍ରମ ରେ ଯାଇଥିବା ବେଳେ ଗ୍ରାମବାସୀ ମାନେ ବିଧାୟକ ଙ୍କୁ ନିଜର ସମସ୍ତ ମୌଳିକ ଅସୁବିଧା ସମ୍ପର୍କରେ ଅବଗତ କରାଇବା ସହ ଶୀଘ୍ର ଆଶୁ ସମାଧନ କରିବାକୁ ଗୁହାରି କରିଥିଲେ। ବିଧାୟକ ଶ୍ରୀ ପଟ୍ଟଯୋଶୀ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ଅଧିକାରୀ ଓ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି ଓ ଆଗାମୀ ଦିନରେ ଏହି ଉପାନ୍ତ ଅଞ୍ଚଳ ର ଗମନାଗମନ ପାଇଁ ରାସ୍ତା ନିର୍ମାଣ ହେଲେ ବିକାଶ ଧାରା ତ୍ୱରାନ୍ୱିତ ହେବ। ମୁଁ ଏନେଇ ଜଙ୍ଗଲ ମନ୍ତ୍ରୀ ଓ ରାଜ୍ୟ ସରକାର ଙ୍କ ନିକଟରେ ଆଲୋଚନା କରି ସାରିଛି ଓ ନିଶ୍ଚୟ ଉପାନ୍ତ ଅଞ୍ଚଳ କୁ ବିକାଶର ରାସ୍ତା ଖୋଲିବ ବୋଳି ପ୍ରତିଶ୍ରୁତି ଦେଇଥିଲେ।





କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ