କେରମ ପ୍ରତିଯୋଗିତାର ବିଜେତା ଓ ଉପବିଜେତା ମାନଙ୍କୁ ସହୀଦ ରେଣ୍ଡୋ ମାଝୀ ମଞ୍ଚରେ ପୁରସ୍କାର ପ୍ରଦାନ
କଳାହାଣ୍ଡି, ୧୭/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : 28 ତମ କଳାହାଣ୍ଡି ଉତ୍ସବ ଘୁମୁରା -2026 ଉପଲକ୍ଷେ ଭବାନୀପାଟଣା ସ୍ଥିତ ସ୍ୱାଗତ ITC ଠାରେ ତିନି ଦିନ ବ୍ୟାପି ଚାଲିଥିବା ଜିଲ୍ଲା ସ୍ତରୀୟ କେରମ ଖେଳ ପ୍ରତିଯୋଗିତା ର ବିଜେତା ଓ ଉପବିଜେତା ମାନଙ୍କୁ ମହୋତ୍ସବ ର ତୃତୀୟ ଦିବସର ସନ୍ଧ୍ୟା ରେ ସହୀଦ ରେଣ୍ଡୋ ମାଝୀ ମଞ୍ଚ ରେ ପୁରସ୍କାର ପ୍ରଦାନ କରାଯାଇଅଛି I ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ମୁଖ୍ୟ ଅତିଥି ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ମୋ ଭାରତ ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେର ଉପସ୍ଥିତ ରହି ସମସ୍ତ ବିଜେତା ଓ ଉପବିଜେତା ଖେଳାଳି ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ I କଳାହାଣ୍ଡି କେରମ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ ମଧ୍ୟ ମଞ୍ଚ ଉପରେ ନିମନ୍ତ୍ରିତ ହୋଇ ଉପସ୍ଥିତ ରହିଥିଲେ I କେରମ ପ୍ରତିଯୋଗିତାର ଯୁଗ୍ମ ବିଭାଗର ଖେଳରେ ପ୍ରଜ୍ଞlଦୀପ୍ତ ମାଝୀ ଏବଂ କାଂସିରାମ ନାଏକ ବିଜେତା ହୋଇଥିବାବେଳେ କ୍ଷୀରୋଦ ମୁଣ୍ଡ ଓ ସମ୍ପଦ କୁମାର ମୁଣ୍ଡ ଉପବିଜେତା ହୋଇଥିଲେ I ସେହିପରି ପ୍ରତିଯୋଗିତାର ଏକକ ବିଭାଗରେ ସୌମ୍ୟ ରଞ୍ଜନ ତ୍ରିପାଠୀ ବିଜେତା ହୋଇଥିବାବେଳେ ପ୍ରଜ୍ଞ୍ୟାଦୀପ୍ତ ମାଝୀ ଉପବିଜେତା ହୋଇ ରେଣ୍ଡୋ ମାଝୀ ମଞ୍ଚରେ ପୁରସ୍କୃତ ହୋଇଥିଲେ I
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟି