ବିଦ୍ୟାଳୟ ପରିସରରୁ ଦୁର୍ବୃତ୍ତ ଗଛ କାଟି ଗୃହ ନିର୍ମାଣ କରିବା ଅଭିଯୋଗ
ବରୀ, ୨୨/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧୀନ ବାଇଁଶୀରିଆ ପଞ୍ଚାୟତ ସାରଙ୍ଗପୁର ପ୍ରଥାମିକ ବିଦ୍ୟାଳୟ ପରିସରରୁ ଏକ ଗଛ କାଟିବା ଓ ଗୃହ ନିର୍ମାଣ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା ବେଳେ ବିଦ୍ୟାଳୟରେ ପାଠ ପଢ଼ାରେ ବ୍ୟଘାତ ସୃଷ୍ଟି ହୋଇଛି । ଜଣାଯାଇଛି ଯେ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଟି ବିଦ୍ୟାଳୟ ପରିସରରୁ ଏକ ବିରାଟ ବରଗଛ କୁ କାଟି ଦେଇ ସେଠାରେ ମନ୍ଦିର ଗୃହ ପାଚେରୀ ନିର୍ମାଣ କରୁଛନ୍ତି । ଏହି ନିର୍ଦ୍ଦିଷ୍ଟ ଗୋଷ୍ଟି ର ଦୃବୃତ୍ତ ମାନେ ଗ୍ରାମବାସୀ ଓ ପ୍ରଧାନ ଶି କ୍ଷୟତ୍ରୀଙ୍କ କଥା ଶୁ ଣୁ ନାହାନ୍ତି ! ଏନେଇ ଗ୍ରାମବାସୀ ଗତ ୧ ତାରିଖ ଦିନ ତହସିଲଦାର, ପ୍ରଧାନ ଶିକ୍ଷୟତ୍ରୀ, ଶି କ୍ଷାମଣ୍ଡଳ ଅଧିକାରିଣୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଏସଂକ୍ରାନ୍ତରେ ନିଜ ବିଦ୍ୟାଳୟ ର ଜମି ବ୍ରି ହୁଟ ପାଇଁ ଓ ଉକ୍ତ ଘଟଣା ର ସମାଧାନ ପାଇଁ ମଣ୍ଡଳ ଅଧିକାରିଣୀଙ୍କୁ ପତ୍ର ଲେଖ୍ ଜଣାଇଥିଲେ | ମଣ୍ଡଳ ଅଧୂକାରିଣୀ ୧୫/୧/୨୦୨୬ରିଖ ପତ୍ର ସଂଖ୍ୟା -୧୧୯ରେ ତହସିଲଦାରଙ୍କୁ ବିଦ୍ୟାଳୟ ଖାତା ନମ୍ବର ୭୩୭/୧୮୮. ପ୍ଲଟ ନମ୍ବର ୨୨୧୯ ର ୭୨ ଡେସିମିଲ ଜମି କୁ ବ୍ରି ହ୍ନଟ କରିବା ପାଇଁ ନିବେଦନ କରିଛନ୍ତି। ତହସିଲଦାର ଜମି ଚିହ୍ନଟ ପାଇଁ ଗୋଟିଏ ସପ୍ତାହ ସମୟ ନେଥୁଲା ବେଳେ ଦୃବୃତ୍ତ ମାନେ ଏହାକୁ ମାନୁ ନାହାନ୍ତି। ଜୋର ଜବରଦସ୍ତ ଗୃହ ନିର୍ମାଣ କରୁଥିବା ନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ବୋଲି ଜପେନ୍ଦ୍ର ବୋଇତେଇ, ଭାବ ଗ୍ରାହୀ ବୋଇତେଇ, ସରୋଜିନୀ ବୋଇତେଇ, ସଂଯୁକ୍ତା ମଲିକ, ଆରତୀ ସାମଲ, ଅଶୋକ କୁମାର ବୋଇତେଇ, ପ୍ରତାପ ଚନ୍ଦ୍ର ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ଅଭି ଭାବକ ଅଭି ଯୋଗ ରେ ଜଣାଇଛନ୍ତି। ଏସଂକ୍ରାନ୍ତ ରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ପଚାରିବାରୁ ଅଭିଯୋଗ ଆସିଛି । ତୁରନ୍ତ ବିଦ୍ୟାଳୟ ର ଜମି ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ।