ଚକାପାଦ : ୧୩/୦୧ ( ବାଳକୃଷ୍ଣ କହଁର ) : ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ପଞ୍ଚାୟତ କଟଡି ସେବାଶ୍ରମ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗାର୍ଡିଙ୍ଗିଆ ସରପଞ୍ଚ ଶ୍ରୀ ଜିତେନ୍ଦ୍ର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଟିକାବାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଆଶିଷ ଅଂଶୁମାନ ପାତ୍ର, ସମ୍ମାନିତ ଅତିଥି ମଣ୍ଡାଗୁଡ଼ା ପ୍ରଧାନ ଶିକ୍ଷକ କର୍ଣ୍ଣ ପ୍ରଧାନ, ସାମ୍ୱାଦିକ ବାଳକୃଷ୍ଣ କହଁର,ତିଲାବାଙ୍ଗୀ ପ୍ରଧାନ ଶିକ୍ଷକ ରାଙ୍ଗୁ କହଁର, ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ପୋଡ଼ , ଶିକ୍ଷୟିତ୍ରୀ ରିତା ପ୍ରଧାନ,ବରିଷ୍ଠ ନାଗରିକ ସଂଘ ର ସଦସ୍ୟ ମୁକ୍ତେଶ୍ଵର ପ୍ରଧାନ, ଗ୍ରାମର ସଭ୍ୟ ମାନେଶ୍ୱର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷକ ହଷ୍ଟେଲ ର ସୁବିଧା ଅସୁବିଧା ଅଭିଭାବକ ମାନଙ୍କୁ ଅବଗତ କରାଇବା ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ଆସୁଥିବା ପୋଷାକ, ଜୋତା, ଖାଦ୍ୟପେୟ ତଥା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ରେ ପୂର୍ବରୁ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ କ୍ରିଡ଼ା ଅନୁଷ୍ଠିତ ହୋଇଥିଲା ସେଥିରେ ବିଭିନ୍ନ କ୍ରୀଡ଼ା ରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହାକୁ ସହକାରୀ ଶିକ୍ଷକ ସନତ କୁମାର ନାୟକ,ଲିଟୁ କୁମାର ବେହେରା ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଭିଭାବକ ତଥା ସମସ୍ତ ଅତିଥି ମନଙ୍କୁ ପ୍ରଧାନ ଶିକ୍ଷକ ଧନ୍ୟବାଦ୍ ଦେଈ ସଭା ସାଙ୍ଗ କରିଥଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
