Hot Posts

6/recent/ticker-posts

ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ

ସିନାପାଲି/ନୂଆପଡ଼ା ୦୬/୧୨  (ସୁରେଶ ମହାନନ୍ଦ) : ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷଣ ଶିବିର ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହେଲା। ଶିବିରରେ ଅନେକ ଗ୍ରାମର ଲୋକମାନେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷଣ, ପରାମର୍ଶ ଓ ଚିକିତ୍ସାଗତ ସହାୟତା ନେଲେ। ଏହି ଶିବିରକୁ ନେତୃତ୍ୱ ଦେଲେ ଜିଲ୍ଲାର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଡାକ୍ତର ଦ୍ୱାରିକାନାଥ ସତପଥି (DPHO), ଡାକ୍ତର ଗୁଣପ୍ରସାଦ ଜେନା (ADPHO), ଡାକ୍ତର ଅନିଲ କୁମାର ନାୟକ, ଡାକ୍ତର ଉମାକାନ୍ତ ମେହେର, ସହଯୋଗୀ ଭାବେ ମିନିକେତନ ମାଝୀ ଓ କୁଶ ସାହୁ (Community Supervisor) ଶିବିରକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଡାକ୍ତରମାନେ ତଣ୍ଡା, ଅବସାଦ, ଭୟ, ମନୋଦୂର୍ବଳତା, ଘରୋଇ ଚାପ ଇତ୍ୟାଦି ସମସ୍ୟା ସମ୍ବନ୍ଧରେ ପ୍ରାୟୋଗିକ ପରାମର୍ଶ ଓ ଆବଶ୍ୟକ ହେଲେ ଔଷଧ ଯୋଗାଇଦେଲେ। ଶିବିରରେ ୧୫୦ରୁ ଅଧିକ ଲୋକ ପରୀକ୍ଷା ପାଇଁ ଆସିଥିଲେ ଓ ଅନେକଙ୍କୁ ନିୟମିତ ଫଲୋ-ଅପ୍ ପାଇଁ ପରାମର୍ଶ ଦିଆଗଲା। ସ୍ୱାସ୍ଥ୍ୟ କର୍ମୀମାନେ କହିଥିଲେ ଯେ ଏପରି ଶିବିର ମାନସିକ ସ୍ୱାସ୍ଥ୍ୟ ପ୍ରତି ଲୋକମାନଙ୍କୁ ସଚେତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ନିୟମିତ ଭାବେ ଏପରି ଶିବିର ଆୟୋଜନ ହେବାକୁ ଆଶା କରିଛନ୍ତି।