Hot Posts

6/recent/ticker-posts

ହାଡ଼ଭଙ୍ଗା ଶୀତରେ ଥରୁଛି କର୍ଲାମୁଣ୍ଡା

କର୍ଲାମୁଣ୍ଡା, ୨୬/୧୨ (ସୁଶାନ୍ତ ରଣା) : ଚଳିତ ବର୍ଷ କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖୁବାକୁ ମିଳୁଛି। ସକାଳ ବେଳା ଏଠାରେ ପାରଦ ୮ ଡିଗ୍ରୀକୁ ଖସି ଆସୁଥିବା ବେଳେ ଦିନ ୧୦ଟା ଯାଏଁ ଘନ କୁହୁଡ଼ିରେ ଢାଙ୍କି ହୋଇ ରହୁଛି ସମଗ୍ର ଅଞ୍ଚଳ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ଓ ରାସ୍ତା କଡ଼ରେ ଲୋକେ ନିଆଁ ଜାଳି ଘେରି ରହୁଥିବା ଦେଖାଯାଏ। ଘନ କୁହୁଡ଼ି ଯୋଗୁଁ ଗମନାଗମନ ସମେତ ବିଭିନ୍ନ କ୍ଷେତ୍ରରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ