ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ସମାବେଶ ଓ ବନ୍ଧୁ ମିଳନ ଅନୁଷ୍ଠିତ
କୋରାପୁଟ, ୨୧/୧୨ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ସମାବେଶ ଓ ବନ୍ଧୁ ମିଳନ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୩୦୦ ରୁ ଉର୍ଦ୍ଧ ଅଣଗେଜେଟେଡ୍ କର୍ମଚାରୀ ଯୋଗଦାନ କରିଥିଲେ, ପ୍ରଥମେ ରାଜ୍ୟ ନେତୃବୃନ୍ଦ ଓ ବିଭିନ୍ନ ଜିଲ୍ଲା ରୁ ଆସିଥିବା ନେତୃବୃନ୍ଦ ଙ୍କୁ ରାଜ ନହର ରଘୁନାଥ ମନ୍ଦିର ନିକଟ ରୁ ପାଛୋଟି ବଡ଼ ପଟୁଆର ନୃତ୍ୟ, ସଙ୍ଗୀତ ଓ କୋରାପୁଟ ର ପରମ୍ପରା ଢେମସା ରେ ଜଗତ୍ ଜନନୀ ମନ୍ଦିର ଛକ ପର୍ଯ୍ୟନ୍ତ ନିଆଯାଇଥିଲା, ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ର ବିଭିନ୍ନ ନ୍ୟାର୍ଯ୍ୟ ଦାବି ଉପରେ ସ୍ଲୋଗାନ ଦେଇଥିଲେ କର୍ମଚାରି, ତାପରେ ସଙ୍ଗମ୍ କଲ୍ୟାଣ ମଣ୍ଡପ ଜୟନଗର ଜୟପୁର ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ କର୍ମଚାରି ମାନଙ୍କର ବିଭିନ୍ନ ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ଆଲୋଚନା ହୋଇଥିଲା, ମୁଖ୍ୟତଃ କର୍ମଚାରି ମାନଙ୍କୁ ୨୦ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା, ପୁରୁଣା ପେନସନ, ପୁରୁଣା ନିୟମ ଅନୁସାରେ ଅନୁକମ୍ପା ମୂଳକ ନିଯୁକ୍ତି, ଏକ୍ସ କ୍ୟାଡ଼ର ଉଛେଦ, ବ୍ଲକଗ୍ରାଣ୍ଟ ଉଚ୍ଛେଦ, ଠିକା ନିଯୁକ୍ତି ଉଛେଦ ସହିତ ଅନ୍ୟାନ୍ୟ ଦାବି, ଏ ନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବା ସହିତ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଥିବା ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ ରାଜ୍ୟ ସାଧାରଣ ସମ୍ପାଦକ ବୈଠକ ରେ ଷ୍ପଷ୍ଟ କରିଥିଲେ, ଏହି ବୈଠକ ରେ ଶ୍ରୀ ଲକ୍ଷ୍ମୀନାରାୟଣ ସେଠି ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ , ଶ୍ରୀ ସୁନନ୍ଦ କୁମାର କାନୁନଗୋ ଅଧ୍ୟକ୍ଷ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି, ଶ୍ରୀ ରବିନ୍ଦ୍ରନାଥ ପ୍ରଧାନ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି, ଶ୍ରୀ ଶ୍ୟାମ ସୁନ୍ଦର ନାୟକ, ଉପଖଣ୍ଡ ସମ୍ପାଦକ, ଶ୍ରୀ କିଶୋର ଚନ୍ଦ୍ର ସାହୁ, ପୁର୍ବତନ ସମ୍ପାଦକ, ଶ୍ରୀ ନରେନ୍ଦ୍ର ନାଥ ତ୍ରିପାଠୀ, ପୁର୍ବତନ ଉପସଭାପତି, ଶ୍ରୀ ରୁପ କେଶରୀ ଦଳେଇ ପୁର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଶ୍ରୀ ହରିହର ସତପଥି ଜିଲ୍ଲା ଅଧ୍ୟକ୍ଷ, ଶ୍ରୀ ମହେଶ୍ୱର ମିଶ୍ର , ଜିଲ୍ଲା ସମ୍ପାଦକ ଓ ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ପରି ଶେଷରେ ଶ୍ରୀ ଦାଶ୍ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ
ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ଯୁଜ