Hot Posts

6/recent/ticker-posts

କଥାନି- ନିଶା ଫାକଲା କାଏଁ... ?

 
କଥାନି- ନିଶା ଫାକଲା କାଏଁ... ?
✒️ ସୁଶାନ୍ତ ରଣା
       ନୂଆଁ ବଛର୍ ର ଭୁଜି ଭାତିର୍ ସମିଆଁ। ଝାର ଜଙ୍ଗଲ, ନାଲ ନଲିଆ, ଦେବାଦେବୀ ଠାନ ମାନକେ ଭୁଜି କରୁ ମାନଙ୍କର ଭିଡ଼ କହେଲେ ନାଇଁ ସରେ। ଏନ୍ତା ସମିଆଁ ନେ, ଦଲେ ପଢ଼ା ପିଲା ବନ୍ଧୁ ମିଳନ ନାଁ ନେ ଭୁଜି କରି ଆଇଠାନ୍। ପିଲା ମାନଙ୍କର ନଚାଡେଗା ଆରୁ ଡିଜେ ର ଶବଦେ ଜଙ୍ଗଲ ଥରୁଥାଏ। ସଭେ ପିକନିକର ମଜା ନେଉଥାନ୍। ସେନର ଦୁହି ଚାଏର ଝନ୍ କେ ଛାଡିଦେଲେ ସଭେ ଆଏଷିଆ ସଂଗେ ପେଗେ ପେଗେ ପିଉଥାନ୍। ଇ ସମିଆଁ ନେ ମଦନ ତାର ପକେଟୁ ଦୁଇ ହଜାର ବାହାର କରି କହେସି- ଯ' ବୋ ବିଅର ଆନିପକ। ମଦନ ର ଦେବାର ଦେଖି ସୁଦନ ତିନ୍ ହଜାର ଦେଇଦେସି, କହେସି ବ୍ରାଣ୍ଡ ବାଲା ଆନବୁ ରେ.... ନାରାନ୍। ଛେଲ ଶିକାର ର ପୁଟା ଭଜା ସଂଗେ ଯାହାକେ ଯେତେ ଦେଶୀ ଆଉ ବିଦେଶୀ। ଗଗନ୍ ବୁପରା ଗାଁ କୁଠୀ ନୁଁ ନେଇ ଥିବାର ଚାଏର କୁନୀଆ ପାଉଜ ଦୁହିଟା କେ ଢ଼ୋକୋ ଢ଼ାକୋ ପିଇଦେଲା। ଗଗନ ବଢେ ଖୁସ। ଦେଶୀ ସଙ୍ଗେ ବିଦେଶୀ, ଫିନ ଯାହାକେ ଯେତେ ! ଇ ସମିଆଁ ନୁଁ ସମିଆଁ ନାଇଁ। ଚାଖନା କମ୍ ବେଶି ପିଉଥାଏ। କେତେ ଝନ ମନା କରୁଥାନ୍ ନିଶା ହେଇ ଯିବା। ହେଲେ ଟିକେ ଟିକେ କହି ଗଗନ ଆରୁ କାହାର କଥା ନାଇଁ ସୁନଲା ନ୍। ଏନ୍ତା କରି କରି ଟଁଟି ତକ ପି ଗଲା। ଘଡ଼େ ଗଲା କେ ନିଶା ତାର କରାମତି ଦେଖାଲା। ଗଗନ ର ଆଏଖ୍ ମୁଡ଼ ଅନ୍ଧାର ହେଇ ଗଲା। ମଜା ମଜଲିସ ଖାଏବାର ପିଇବାର ତାର ବେକାର ହେଇଗଲା। କେନର ଦେବତା ଛିଁଲା ଲେଖେଁ ହସୁ ଥାଏ କାନ୍ଦୁ ଥାଏ ଗଗନ। ସାଙ୍ଗ ମାନେ ନିଶା ଚଢ଼ିଗଲା ବଲି ନିଶା ଛଡାବାର ନେ ଲାଗିଗଲେ। ମଦୁଆ କେ ଜନା ମଦର କଥା। କିଏ ତେତେଲ ଗୁଲି ପାଏନ ପିଆଉଛେ ତ ଆଉ କିଏ କାନେ ଲେମ୍ବୁ ରସ ଚିପୁଛେ। କିଏ ଗୁଡର ନଖେ ପେଟ୍ରୋଲ ସୁଆଲୁଁଥିଲା ବେଲେ ମୁଡ଼େ ପାଏନ ଛୁପିଛୁପି ନାରାନ୍ ଅଥା। ବେଙ୍ଗର ପେଟେ କାଏଁ ଘି ଜିରବା ବାଗିର। ନିଶା ଉତରାବାର ନେ ସଭେ ଅଲାଖେତ ହେଇଗଲେ। ଅପିହା ମାନେ ମାକର ଲେଖେଁ ଡୁକଡୁକ୍ ଦେଖୁଥାନ୍ ତାକୁ କାଏଁ ସେ ବାବଦରେ ଜନା ଯେ ! ଛନେକେ ଘଡେକେ ଗଗନ ଭାଏ, ଏବେ ଟିକେ ବନେ ଲାଗୁଛେ କେଁ... ? ଏନ୍ତା ସଭେଁ କହୁଥାନ ନିଶା ଫାକଲା କାଏଁ... ??? ଯାହା କହେଲେ ଗଗନ ବୁପରା- ହୁଁ... ହାଁ... କରୁଥାଏ।
           ବେଲ ବୁଡ଼ି ଗଲା। ହେଲେ, ନିଶା ନୁହେଁ ଫାକବାର ତାଲ୍। ସଭକର ମନେ ଗୁଟେ ବଡ ଡ଼ର ବସା ବାନ୍ଧଲା ନ୍ ଯେ, ଘର କେ ଖେଟଲେ ଗଗନ ର ମାଆ ବୁଆ କେ କାଣା କହେ ବେ ? ସଂଜ ହେବାର ଉପରେ। ଚାରି ହାଥ ଗୋଡ଼ ଧରି ଗଗନ କେ ଗାଡ଼ି ଥି ଚଢ଼ାଲେ। ଡାଏଭର ଲଳିତ ସଭେ ଆଏଲ ତ୍ କହି ଫିରବାକେ ଗାଡ଼ି ଛାଡ଼ଲା। ଗାଡିନେ ନିଦେ ଶୁଇ ବି ପଡ଼ିଥିବା ଗଗନ। ଫିର୍ଲା ବାଟେ ଭି ସେ ଗୁଟେ କଥା, ଗଗନ ନିଶା ଫାକଲା କେଁ, ଟିକେ ବନେ ଲାଗୁଛେ କେଁ ? ଇ ଗୁଟେ କଥା ସୁନି ସୁନି ଗଗନ କେ ଲାଜ ହେଇଗଲା। ଚିଡ଼ିଆଖାନାର ନୂଆଁ ଜନ୍ତୁ ଲେଖେଁ ତାକେ ସଭେ ଚାହିଁଥାନ୍। ହେଲେ କାହାକେ କିଛି କହି ନାଇଁ ପାରୁଥାଏ ଗଗନ। ଘଡ଼େ ଗଲାକେ କହେଲା- ଗାଁ ର କେତେ ପାଖ କେ ଆସଲାନ... ? ନାରାନ- ଇହାଦେ ଗାଁ ଖେଟମା କହେସି। ଗଗନ- ମାଁ ଠାକୁରାଣୀ ଗୁଡି ନେ ଅଟକାବୁ। ଲଳିତ ଗୁଡି ନେ ଗାଡ଼ି ଥେବାଲା। ହାତ ଥାପି ଥୁପା କରି ଠିଆ ହେଲା ଗଗନ। ଆରୁ କହେଲା- 
"ମାହାଲିଆ ପାଇଛୁ ବଲି ଆଶେ ନାଇଁ ମରବୁ,
ସମାଲି ନାଇଁ ପାରୁ ତ୍ କାଏଁ ଯେ ତୁଇ ପିଇବୁ" !! 
ଇ କଥା ସୁନି ସଭେ ଖୁର୍ସେଲ ପିଟଲା ଲେଖେଁ ହିଁ ଗଲେ। କାହାର ମୁହୁଁ କଥା ନାଇଁ ବାହାରଲା। ଠାକୁରାଣୀ ଗୁଡ଼ି ଠାନୁ ଟିକେ ଦୂରେ ରହି ଗଗନ ଲାଙ୍ଗଛାଟ ହେଇ ମୁଡ଼ିଆ ମାରଲା, ଆରୁ କିରିଆ କରି କହେଲା- ମାଁ ଆଏଜ୍ ଯାହା ହେଲା ହେଲା, ଇନୁ ଇନ୍ କେ ଆରୁ ମଦ ନାଇଁ ଛୁଏଁନା। ଗଗନ ର କଥା ସୁନି ସଭେ ଖୁସ୍ ହେଇ କହେଲେ- ମାଁ ଠାକୁରାଣୀ କି ଜୟ, ମାଁ ଠାକୁରାଣୀ କି ଜୟ।
ସୁଶାନ୍ତ ରଣା
ସମ୍ପାଦକ, ଶ୍ରୀ ରାଧାବଲ୍ଲଭ ନାଟ୍ୟ ସଂସଦ,
ତେରେସିଂହା, କର୍ଲାମୁଣ୍ଡା, କଳାହାଣ୍ଡି 
ମୋ- ୭୮୯୪୬୫୮୨୭୪