Hot Posts

6/recent/ticker-posts

“ରାୟଗଡ଼ାରେ ଉତ୍ସାହ ଓ ଶୃଙ୍ଖଳାରେ ପାଳିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ”

ରାୟଗଡ଼ା, ୨୬/୧୨ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡ଼ା ଜିଲ୍ଲାରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ସାହ ଓ ଶୃଙ୍ଖଳାବଦ୍ଧ ଭାବେ ଦଳୀୟ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ ରାୟଗଡ଼ା ବସ ଷ୍ଟାଣ୍ଡ ନିକଟସ୍ଥ ମହାନ ନେତା ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସମସ୍ତ କର୍ମୀଙ୍କ ସହ ଏକ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପଦଯାତ୍ରା କରାଯାଇ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ପର୍ଯ୍ୟନ୍ତ ଯାଇଥିଲେ।ଅଡିଟୋରିୟମ୍‌ରେ ଆୟୋଜିତ ସମାବେଶରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ବିଜୁ ପଟ୍ଟନାୟକଙ୍କ ଫଟୋରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ତାପରେ ଦଳୀୟ ଗୀତ ପରିବେଶନ ପରେ ଦଳୀୟ ନେତୃବୃନ୍ଦମାନେ କର୍ମୀମାନଙ୍କୁ ଉଦ୍ଦେଶ୍ୟ କରି ଉତ୍ସାହବର୍ଦ୍ଧକ ଭାଷଣ ଦେଇଥିଲେ। ଏହି ସମାବେଶରେ ରାୟଗଡ଼ା ବ୍ଲକ୍, କାଶିପୁର ବ୍ଲକ୍, କୋଲନରା ବ୍ଲକ୍ ଓ କେ. ସିଂପୁର ବ୍ଲକ୍ର ସମସ୍ତ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଅଧୀନରେ ଓଡ଼ିଶା ଓ ରାୟଗଡ଼ାର ସର୍ବାଙ୍ଗୀଣ ବିକାଶ ପାଇଁ ଦଳର ସଙ୍କଳ୍ପକୁ ପୁନର୍ବ୍ୟକ୍ତ କରାଯାଇଛି।