Hot Posts

6/recent/ticker-posts

ନିଜ ଖର୍ଚ୍ଚରେ ୨ଛାତ୍ରଙ୍କୁ କଲେଜ ରେ ନାମ ଲେଖାଇଲେ ପ୍ରଧାନ ଶିକ୍ଷକ

ସିନାପାଲି, ୦୮/୧୨ (ଶୋଭାରାମ ମହାନନ୍ଦ) :  ରାଜ୍ୟ ସରକାରଙ୍କର "ଆସ ସ୍କୁଲ ଯିବା ଅଭିଯାନ "ଏକ ମହତ୍ୱପୂର୍ଣ ଯୋଜନା,ରାଜ୍ୟ ରେ ଅଧାରୁ ପାଠ ପଢି ଛାଡ଼ିଥିବା ପିଲାଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ପାଠପଢାଇବା ଏକ ଆମୋଘ ଅସ୍ତ୍ର ପାଲଟିଛି l ଶିକ୍ଷା ର ମହତ୍ୱକୁ ଊପଲବ୍ଧି କରି ଶିକ୍ଷିତ ହେବା, ନିଜ ଜୀବନ ଚରିତାର୍ଥ କରିବା ଏବଂ ଜୀବନର ଲକ୍ଷ ପୂରଣ ନିମନ୍ତେ ଶିକ୍ଷା ହିଁ ଚାବିକାଠି ଅଟେ l ଶିକ୍ଷା ବିନା ମଣିଷର ସ୍ଥିତି, ଗତି ଓ ଉନ୍ନତି ଅସମ୍ଭବ ଅଟେ l ଏହି କ୍ରମରେ ଶିକ୍ଷାନୁଷ୍ଠାନ ରୁ ବିଛିନ୍ନ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁଳିଆଡ଼ଙ୍ଗରୀ କ୍ଲଷ୍ଟର ର ଝାରବନ୍ଧ ଉ :ପ୍ରା ବିଦ୍ୟାଳୟ ନେଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ l ସ୍ଥାନୀୟ ସି ଆର ସି ସି ଶ୍ରୀଯୁକ୍ତ ଜଗଦିଶ ତାଣ୍ଡିଙ୍କ ଆହ୍ୱାନ କ୍ରମେ ଓ ଏସ ଏମ ସି ଙ୍କ ସହଯୋଗରେ ପ୍ରଧାନ ଶିକ୍ଷକ ନେଇଛନ୍ତି ନେତୃତ୍ୱ l ବିଦ୍ୟାଳୟର ସମସ୍ତ ସହ ଶିକ୍ଷକ ଙ୍କ ଉଦ୍ୟମ ଓ ଅନବରତ ପ୍ରଚେଷ୍ଟା ବଳରେ ଅଧାରୁ ପାଠ ପଢି ଛାଡି ଥିବା ଶିକ୍ଷାର୍ଥୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଘରକୁ ଘର ବୁଲି ସଚେତନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ଦୁରିଆ,ସହ ଶିକ୍ଷକ ଶ୍ରୀଯୁକ୍ତ ଥବିର ମୋହନ ପ୍ରଧାନ,ଶ୍ରୀଯୁକ୍ତ ଡୋଳାମଣି ସେଠି,ଶ୍ରୀଯୁକ୍ତ ତେଜରାଜ ନାଏକ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ତନ୍ମମଧ୍ୟରୁ ୪ ଜଣ ଶିକ୍ଷାର୍ଥୀଙ୍କୁ ଗମ୍ଭାରୀଗୁଡା ହାଇସ୍କୁଲ ରେ, ୨ ଜଣ ଛାତ୍ରଙ୍କୁ ସିଙ୍ଗଝର ହାଇଗର ସେକେଣ୍ଡାରୀ ସ୍କୁଲ ରେ,ଆଉ ଦୁଇଜଣ ଛାତ୍ରଛାତ୍ରୀ ଙ୍କୁ ନାମ ଲେଖାଇଲେ l ଏସ ଆଈ ଓ ଏସ ରେ ଆଉ ଦୁଇଜଣଙ୍କୁ ନାମ ଲେଖାଇବାକୁ ପ୍ରୟାସ କରୁଛନ୍ତି l ସୂଚନା ଥାଉ କି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ଦୁରିଆ ଘରକୁ ଯାଇ ଯାଇ ପିଲାଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ l ସେମାନଙ୍କୁ ଶିକ୍ଷା ର ମହତ୍ୱ ବିଷୟରେ ବୁଝାଇ ଥିଲେ l ତନ୍ମ ମଧ୍ୟରୁ ୨ ଜଣ ଅଭିଭାବକ ଅନିଚ୍ଛା ପ୍ରକାଶ କରିଥିଲେ l ପ୍ରଧାନ ଶିକ୍ଷକ ଆର୍ଥିକ ଅବସ୍ଥା ସ୍ଵଛଳ ନ ଥିବା ଜାଣିବାକୁ ପାଇଲେ l ସେତେବେଳେ ସେହି ଦୁଇଜଣ ଅଭିଭାବକ ଓ ଛାତ୍ରକୁ ନିଜ ଖର୍ଚ୍ଚ ରେ ଏଡମିସନ କରିବାକୁ ପ୍ରତିଶୃତି ଦେଇଥିଲେ l ସମୟ କ୍ରମେ ପ୍ରତିଶୃତି ମୁତାବକ ପ୍ରଧାନ ଶିକ୍ଷକ ନିଜ ଖର୍ଚ୍ଚ ରେ ଜାତି ଗତ, ସ୍ଥାନୀୟ ବାସିନ୍ଦା ଓ ଆୟ ପ୍ରମାଣପତ୍ର ମଧ୍ୟ ବାହାର କରିଥିଲେ l ଏପରି କି ଅନଲାଇନ ଓ ସମସ୍ତ କାଗଜାତ ଯୋଗାଡ଼ କରି ଦୁଇ ଜଣ ଛାତ୍ରଙ୍କୁ ନିଜେ ସାଙ୍ଗରେ ନେଇଥିଲେ l ଛାତ୍ର ଶ୍ରୀ ଦୁର୍ଗେଶ୍ୱର ସା, ପିତା - ଶ୍ରୀ ଉଗ୍ରେସନ ସା ଏବଂ ଶ୍ରୀ ପ୍ରଭୁଲାଲ ବାଗ,ପିତା- ମଣ୍ଟୁ ବାଗ କୁ ସାଥିରେ ନେଇ ଅକ୍ଟୋବର ୨୫ ତାରିଖ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିଙ୍ଗଝର ରେ ନିଜ ଖର୍ଚ୍ଚ ରେ ଏଡମିସନ କରାଇଥିଲେ l ପ୍ରଧାନ ଶିକ୍ଷକ ସେହି ଦୁଇଜଣ ଛାତ୍ର ଙ୍କ ମୁହଁରେ ହସ ଦେଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି l ପ୍ରକାଶ ଥାଉ କି ଗାଁ ର ଅନ୍ୟତମ ଛାତ୍ର ଶ୍ରୀ ରୋହିତ କୁମାର ନାଗ କୁ ମଧ୍ୟ ସଚେତନ କରି ଆଈ ଟି ଆଈ କଲେଜ ବାଦୀ ( ଖଡ଼ିଆଳ ) ରେ ଏଡମିସନ ପାଇଁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ଝାରବନ୍ଧ ଗାଁ ରେ କେହି ଯେ ପରି ଅଧାରୁ ପାଠ ଛାଡ଼ିବେ ନାହିଁ ସେଥିପାଇଁ ପ୍ରୟାସ ଜାରିରହିବ ବୋଲି ପ୍ରଧାନ ଶିକ୍ଷକ ଦୃଢୋକ୍ତି ପ୍ରକାଶ କରିଛନ୍ତି l ତେଣୁ ଏଦିଗରେ ସ୍ଥାନୀୟ ଲୋକ, ଲୋକ ପ୍ରତିନିଧି, ଅଭିଭାବକ,ବୁଦ୍ଧି ଜୀବି, ଯୁବ ସମାଜ,ଶିକ୍ଷକ ବୃନ୍ଦ ଏବଂ ଶିକ୍ଷା ପ୍ରଶାସନ ର ସହଯୋଗ ପାଇଁ ଆକୁଳ ଆବେଦନ କରିଛନ୍ତି l