Hot Posts

6/recent/ticker-posts

ବାବା ୧୧ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ :ଜି.ୱାଇ.ଏସ.ସି.ଟି ଖୁଣ୍ଟପାଲି ଚମ୍ପିଆନ

ଗାଇସିଲେଟ, ୧୯/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁବାଖୋଲ ଗ୍ରାମରେ ବାବା ୧୧ ଷ୍ଟାର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ପଞ୍ଚ ଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ୧୫ ତାରିଖ ରୁ ଆରମ୍ଭ ହୋଇ ୧୯ ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବରେ ସମାଜସେବୀ ସୁଶାନ୍ତ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସୁଦାମ ଜ୍ୟୋତିଷ,ଦଶରଥ ସାହୁ,ହଳଧର ଷାଣ୍ଡ ପ୍ରମୁଖ ଯୋଗ ଦେଇଥିଲେ । ମୋଟ ୨୦ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ଜୁବାଖୋଲ ଓ ଖୁଣ୍ଟପାଲି ଫାଇନାଲ ମ୍ୟାଚ୍‌ କୁ ଉନ୍ନୀତ ହୋଇଥିଲେ । ଫାଇନାଲ ମ୍ୟାଚ ରେ ପ୍ରଥମେ ଜୁବାଖୋଲ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୬ ଓଭର ରେ ୩ ଉଇକେଟ ହରାଇ ୬୫ ରନ୍ କରିଥିଲା ଜବାବ ରେ ଖୁଣ୍ଟପାଲି କ୍ରିକେଟ କ୍ଲବ ୫ ଓଭର ୫ ବଳ ରେ ବିନା ୱିକେଟ ରେ ୬୮ ରନ୍ କରିବାରେ ସକ୍ଷମ ହୋଇଥିଲା ।ଏହି ମ୍ୟାଚ୍ ଖୁଣ୍ଟପାଲି ଅତି ସହଜରେ ଜିତି ଚମ୍ପିୟାନ ହୋଇଥିବା ବେଳେ ପରିଶେଷରେ ବିଜେତା ଦଳ କୁ ଟ୍ରଫି ସହ ୧୨ ହଜାର ଟଙ୍କା ରନର୍ସଅପ୍‌ ଦଳ ପାଇଁ ଟ୍ରଫି ସହ ୮ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସୁନ୍ଦର ମଣି ହାତୀ ଓ ଉଦ୍ଧବ ବାଗ,ରାଜୁ ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ହାତୀ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ପପୁ ସାହୁ ସ୍କୋରର, ଦାମୋଦର ବଢେଇ ଓ ତ୍ରିବିକ୍ରମ ଦୀପ ଧାରା ବିବରଣୀ ପ୍ରଦାନ କରିଥିଲେ । ବାବା ବୁଢ଼ା ୧୧ ଷ୍ଟାର କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଓ ଜୁବାଖୋଲ ଗ୍ରାମ ବାସୀ ଙ୍କ ସହଯୋଗ ରେ ଟୁର୍ଣ୍ଣାମେଣ୍ଟ ଟି ସଫଳ ହୋଇଥିଲା । 


ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ