Hot Posts

6/recent/ticker-posts

ପରବ ୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ।

ଜୟପୁର, ୮।୧୨ ( ଏ. ଭେଙ୍କଟ ରାଓ ) : ସ୍ୱର୍ଗତ ସୀମାଦ୍ରୀ ମହାରଣା କଳା ଭବନ ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ଠାରେ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦ୍ ଘାଟନ ହୋଇଯାଇଅଛି ମୁଖ୍ୟ ଅତିଥି ଭାବେ ମନୋଜ ସତ୍ୟନ୍ ମହାଜନ ଜିଲ୍ଲାପାଳ କୋରାପୁଟ ସମ୍ମାନୀତ ଅତିଥି ଭାବେ ନରେନ୍ଦ୍ର କୁମାର ମହାନ୍ତି ଅଧ୍ୟକ୍ଷ ପୌରପରିଷଦ ଜୟପୁର ସମ୍ମାନୀତ ଅତିଥି ଭାବେ କୁମାରୀ ଆକବରମ ସସ୍ୟା ରେଡ୍ଡୀ ଉପଜିଲ୍ଲାପାଳ ଜୟପୁର ସମ୍ମାନୀତ ଅତିଥି ସୁର୍ଯ୍ୟକାନ୍ତ ବେହେରା ଜିଲ୍ଲା ଯୋଜନା ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ କୋରାପୁଟ ସମ୍ମାନୀତ ଅତିଥ ପୂଜା ରାଉତ ଅତିରିକ୍ତ କାର୍ଯ୍ୟନିର୍ବାହି ଅଧିକାରୀ ପୌରପରିଷଦ ଜୟପୁର ପ୍ରମୁଖ ମଞ୍ଚାସୀନ ଥିଲେ।ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଯଶୋଦା ଗାଦବା ମଞ୍ଚ ପରିଚାଳନା କରିଥିଲେ। ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦନ କୁମାର ନାୟକ ଜୟପୁର ବ୍ଲକ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ଜୟପୁରର ଅନେକ ମାନ୍ୟଗନ୍ୟ ବ୍ୟକ୍ତି ତଥା କଳା ବିଦ୍ୟାଳୟର ପ୍ରଶିକ୍ଷକ ପଦ୍ମଚରଣ ଚୌଧୁରୀ କ୍ରିଷ୍ଣା ପାଙ୍ଗୀ, ଶ୍ରୀ ସୌଭାଗ ପାତ୍ର, ଶିକ୍ଷୟତ୍ରୀ ରିଙ୍କି ପାଣିଗ୍ରାହି, କଲ୍ୟାଣୀ ସ୍ବାଇଁ, କର୍ମଚାରୀ କେ.ସୁନୀଲ କୁମାର ଓ ସୁରେନ୍ଦ୍ର ବାଘ ସହଯୋଗ କରିଥିଲେ ଆଲୁମିନି ଛାତ୍ର ଦିପକ ଦାଶ, ଶ୍ରୀକାନ୍ତ ବାରିକ, ନୃସିଂହ ଷଡ଼ଙ୍ଗୀ, ପି. ଶ୍ରୀନିବାସ, ସୁରେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୁର୍ଯ୍ୟକାନ୍ତ ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ କୋରାପୁଟ ଧନ୍ୟବାଦ ଅର୍ପଣ କରିଥିଲେ।