Hot Posts

6/recent/ticker-posts

ଘର ଘର ବୁଲି ଅନ୍ତୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ତଦାରଖ କଲେ ବିଡିଓ

ପଦ୍ମପୁର, ୦୬/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ ଦେବତା ନିଜ ଅଧିକାରୀ ବିପିସି ବିକ୍ରମ ବାରିକ,ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଘନଶ୍ୟାମ ଟଟଙ୍ଗ, ଏ.ସି.ପି ରମେଶ ନାଏକ,ଗ୍ରାମରୋଜଗାର ସେବକ ରାଜ କୁମାର ଦୀପଙ୍କୁ ସାଙ୍ଗରେ ନେଇ ଆଜି ଜ୍ଞାନ ଗ୍ରାମ ପଞ୍ଚାୟତରେ ପହଞ୍ଚି ଅନ୍ତୋଦୟ ଗୃହ ଓ ପ୍ରଧାନ ମନ୍ତ୍ରୀ ଆବାସ ପାଇଥିବା ହିତାଧିକାରୀଙ୍କ ଘର ଘର ଯାଇ ଯାଞ୍ଚ କରିଥିଲେ । ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନେ କାମ ଆରମ୍ଭ କରୁନଥିବାରୁ ତାଙ୍କୁ ତାଗିଦ କରିବା ସହ ଯେଉଁମାନେ ଅଧା ପନ୍ତରିଆ କାମ କରିଛନ୍ତି ଖୁବ ଶୀଘ୍ର କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗାଁରେ ବୁଲୁଥିବା ସମୟରେ ବିଡ଼ିଓ ମହାଶୟ ଯେଉଁ ବ୍ୟକ୍ତିମାନେ ଆବାସ ଯୋଜନା ପାଇ ନାହାନ୍ତି ଓ ସେମାନେ ଭଙ୍ଗା ଦଦରା ଘରେ ରହୁଛନ୍ତି ସେମାନଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ସୁଖ ବୁଝିବା ସହ ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସମସ୍ତ ହିତାଧିକାରୀ ମାନେ କିଭଳି ଭାବରେ ଶୀଘ୍ର ଘର କାମ ସଂପୂର୍ଣ୍ଣ କରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ନିଜ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 


ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ