Hot Posts

6/recent/ticker-posts

ନଦୀରେ ଭାସୁଛି ମୃତଦେହ, ହତ୍ୟା କରାଯାଇଥିବା ପରିବାର ଙ୍କ ଅଭିଯୋଗ

ଝାରବନ୍ଧ, ୦୧/୧୧ ( ଗୌରୀଶଙ୍କର ପଞ୍ଚଭାୟା ) : ହତ୍ୟା ହୋଇଥିବା କଥା ସାରା ଅଞ୍ଚଳରେ ଚହଲ ସୃଷ୍ଟି କରୁଥିବା ବେଳେ ଜାଣିବା ପାଇଁ ସମସ୍ତଙ୍କର ଇଛା ସୃଷ୍ଟି ହେଉଅଛି ଯେ ଖବର ସୁତ୍ରରୁ ଜାହା ତଥ୍ୟ ସାମ୍ନାକୁ ଆସିଅଛି ତାହାହେଲା ଓଡ଼ିଶାର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ଗ୍ରାମପଞ୍ଚାୟତର ବୈତାଳି ନଦୀ ଘାଟରୁ ଗ୍ରାମର ରୁକଧର ସେଠ(୪୦) ଙ୍କ ମୃତଦେହ ଉଦ୍ଧାର ହୋଇଛି।  ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଝାରବନ୍ଧ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। । ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ କ୍ରିକେଟ ପଡ଼ିଆକୁ ବୁଲିଯାଇଥିବା ବେଳେ କେତେକ ବ୍ୟକ୍ତିଙ୍କ ସହିତ ମୃତ ରୁକଧରଙ୍କ କୌଣସି କାରଣ ଯୋଗୁଁ ଝଗଡ଼ା ହୋଇଥିଲା। ଶୁକ୍ରବାର ଭୋର ସକାଳରୁ ଧନେଶ୍ଵର ବୈତାଳି ନଦୀ ଘାଟକୁ ଶୌଚ ପାଇଁ ଆସିଥିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ହତ୍ୟା କରି ପାଣି ଭିତରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ରୁକଧରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁତ୍ର ସହିତ ପୁରା ପରିବାର ବେସାହାରା ହୋଇ ପଡ଼ିଛନ୍ତି। । ମୃତକ ରୁକଧର ସେଠଙ୍କ ମୁଣ୍ଡରେ ଗଭୀର ଆଘାତ ଚିହ୍ନ ଥିବାର ଜଣାପଡ଼ିଛି। ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପଦ୍ମପୁର ଏସ୍‌ଡିପିଓ ପାଣ୍ଡବ ଶବର, ଥାନା ଅଧିକାରୀ, ସମାରିଆଙ୍କ ସହ ଏସ୍‌ଆଇ କୌଶିକ ସାହୁ, ପୁଲିସ ଟିମ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ତନଖି କରିଥିଲେ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁରକୁ ପଠାଇଥିବା ବେଳେ ଝାରବନ୍ଧ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।