ଅଭିଭାବକ ଶିକ୍ଷକ ସହଭାଗିତା ବୈଠକ ଓ ଜନଜାତି ଗୌରବ ଦିବସ ପାଳିତ
ସିନାପାଲି, ୧୬/୧୧ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଆଶ୍ରମ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ସହଭାଗିତା ବୈଠକ ଓ ଜନଜାତି ଗୌରବ ଦିବସ ପାଳନ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ସଭାରେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଖିଳ ଧରୁଆ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଚିକନୁ ମାଝୀ, ମୁଖ୍ୟବକ୍ତା ବଶିଷ୍ଠ ସାମ୍ୱାଦିକ ଶୋଭାରାମ ମହାନନ୍ଦ, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ମହେଶ୍ୱର ମାଝୀ, ପରିଚାଳନା କମିଟି ର ସଭାପତି ଲୋକନାଥ ମାଝୀ, ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ମାଝୀ, ନିଲଜି କ୍ଲଷ୍ଟର ସି.ଆର.ସି.ସି. ବାଲାଜୀ ହରିଜନ, ଗେଷ୍ଟ ଶିକ୍ଷକ ତ୍ରିନାଥ ନିଆଲ , ସମାଜ ସେବୀ ଗଣ୍ଡାରାମ ମାଝୀ ଯୋଗଦାନ କରି ମଞ୍ଚାଷିନ ହୋଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିଛବି ରେ ଅତିଥି ମାନେ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ମାଲ୍ୟାର୍ପଣ କରିଥିଲେ। ଅତିଥି ମାନଙ୍କୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପଢୌକନ ବ୍ୟାଚ ଦେଇ ସ୍ବାଗତ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅତିଥି ମାନେ ଧରତି ଅବା ବିର୍ସା ମୁଣ୍ଡାଙ୍କ ଦେଶ ମାତୃତ୍ଵ ପାଇଁ ଲଢେଇ କରିଥିବା ଗୁଣ, କର୍ମ ଉପରେ ନିଜର ବକ୍ତବ୍ୟ ମାଧ୍ୟମରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟ ତରଫରୁ ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତା, ବକୃତା, କ୍ରିଏଟିଭ ରାଇଟିଂ, ରଙ୍ଗୋଲି ଆଦି ପ୍ରତିଯୋଗିତା କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହ ଶିକ୍ଷକ ତାରାଚନ୍ ମାଝୀ, ସଞ୍ଜିତା ମୁଣ୍ଡ, ଗୋପବନ୍ଧୁ ସୁନାନୀ, ନବୀନ ମାଝୀ, ପବିତ୍ର କଲେଟ୍, କୃଷ୍ଣ ଚନ୍ଦ୍ର ମାଝି, ଦେବାଶିଷ ମାଝି, ଯଶୋଦା ମାଝି, ଉର୍ମିଳା ମାଝି ପ୍ରମୁଖ ସହଯୋଗ କରିଥିବା ବେଳେ ସହ ଶିକ୍ଷୟତ୍ରୀ ଅମିତା ଖମାରୀ ସଭାପରିଚାଳନା ଏବଂ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ।